ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ଼: ତା ୨୬/୮)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ର ଏକ ବୈଠକ ହୋଟେଲ ରିୟଳପ୍ଳେସ ଠାରେ ଅନୁଷ୍ଠିତ ହୋଇଯାଇଅଛି।କ୍ରିୟାନୁଷ୍ଠାନ କମିଟି ର ଅଧ୍ୟକ୍ଷ ଆଇନ ଜୀଵି ତୁଷାର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଧର୍ମଗତ ଏନ୍ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଉପାଧ୍ୟକ୍ଷା ମନିଷା ମିଶ୍ର ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ଅଗସ୍ତି ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୂର୍ଗା ଓ ବି ସି ନେତା ଡମ୍ବରୁଧର ଲହଜ ବ୍ୟବସାୟ ସଂଘ ସଭାପତି ବିଦ୍ୟାଧର ସାହୁ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ବିରଞ୍ଚି ନାରାୟଣ ଜାଲ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ ଘନଶ୍ୟାମ ଅଗ୍ରୱାଲ ବରିଷ୍ଠ ନାଗରିକ ସଂଘ ର ସଭାପତି ସୁନିଲ୍ କୁମାର୍ ପାତ୍ର ଆଇନ ଜୀଵି ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଦୀପ ଦାସ ସରକାରୀ ଓକିଲ ଅଜିତ କୁମାର ସାହୁ ରାଜେନ୍ଦ୍ର ମୁନି ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ଧର୍ମଗତ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଆସୁଛି।

ଧର୍ମଗଡ଼ ଉପଖଣ୍ଡ ର ଭୈଗଲିଖ ସ୍ଥିତ କୁ ଦେଖିଲେ ଏହା ନବ ଗଠନ ନୂଆପଡ଼ା ଜିଲ୍ଲା ଦେବଗଡ଼ ଜିଲ୍ଲା ବୌଦ୍ଧ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକ। ଧର୍ମଗଡ଼ କୋକସରା ଗୋଲାମୁଣ୍ଡା କଳମପୁ ଜୟପାଟଣା ଓ ଜୁନାଗଡ଼ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଏହି ଉପଖଣ୍ଡ ର ମୋଟ ୭ ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଛନ୍ତି।ଜନ ସଂଖ୍ୟା କୁ ହିସାବ କଲେ ୩,୧୨,୫୨୦ ର ଏକ ଦୁଇ ଗୁଣା ରୁ ଅଧିକ। ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରାଇବା ପାଇଁ ଧର୍ମଗତ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ଵରରେ ଧର୍ମଗତ ଜିଲ୍ଲା ଗଠନ ପାଇଁ ଦୋହଲାଇଲା।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.