ବେଗୁନିଆପଡ଼ା, (ଦେବାଶିଷ ମହାରଣା):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ପ୍ରାଥମିକ ଶିକ୍ଷକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକେଡର ଶିକ୍ଷକ ମାନଙ୍କୁ କେଡର ଭୁକ୍ତ କରି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗ୍ରେଡ଼ ପେ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯିବା ଆଦି ଦାବି ରହିଛି। ସେପ୍ଟେମ୍ବର ସାତ ତାରିଖ ପୂର୍ବରୁ ଯଦି ସରକାର ଉପରୋକ୍ତ ଦାବି ବିଷୟରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ନଭେମ୍ବର ଆଠ ତାରିଖରୁ ସମସ୍ତ ଶିକ୍ଷକ ସାମୂହିକ ଛୁଟି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣା ପଡିଛି । ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରବିନାରାୟଣ ଶତପଥୀଙ୍କ ତତ୍ୱାବଧାନ ରେ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିବା ବେଳେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ରେ ସମ୍ପାଦକ ସୁଧାକର ପରିଡା,ଶିକ୍ଷକ ପୁର୍ଣ ଚନ୍ଦ୍ର ପ୍ରଧାନ,କୃଷ୍ଣ ଚନ୍ଦ୍ର ଦୋରା, ରବୀନ୍ଦ୍ର ମହାରଣା, ବାବୁଲା ସେଠି, ଅଭିଜିତ ପ୍ରସାଦ ସାହୁ, ମନୋଜ କୁମାର ସାହୁ, ବିକ୍ରମ କେଶରୀ ଜେନା, ବିଜୟ କେତନ କାଣ୍ଡି ଙ୍କ ସମେତ ବେଗୁନିଆପଡା ବ୍ଲକ ରେ କାର୍ଯ୍ୟରତ ବହୁ ବରିଷ୍ଠ ଶିକ୍ଷକ ଉପସ୍ଥିତ ଥିଲେ |
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”