ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)31/8.ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଭାଗବତ ମନ୍ଦିର ପ୍ରାଙ୍ଗଣ ରେ ମଧ୍ୟ ଗତକାଲି ବରିଷ୍ଟ ନାଗରିକ ତଥା ମେହେର ସମାଜର ସଭାପତି ଶ୍ରୀ ଯୁକ୍ତ ପଙ୍କଜ ମେହେର ଙ୍କ ନେତୃତ୍ୱ ରେ ଗଙ୍ଗାଧର ମେହେରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଲିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଆଖ ପାଖ ଅଞ୍ଚଳର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଲୋକ ଯୋଗଦାନ କରିଥଲେ। ଉକ୍ତ ଉତ୍ସବରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଙ୍କ ସମେତ ମେହେର ସମାଜ ର ନରେନ୍ଦ୍ର ମେହେର, ଚନ୍ଦ୍ର ଶେଖର ମେହେର, ମୃତ୍ୟୁଞ୍ଜୟ ମେହେର, ପ୍ରଭାତ ମେହେର, ନାରାୟଣ ମେହେର, କୈଳାସ ଚନ୍ଦ୍ର ମେହେର ଓ ମକର୍ଧୋଜ ମେହେର ଙ୍କ ସହିତ ଆଖ ପାଖ ର ବିଭିନ୍ନ ବର୍ଗର ତଥା ବିଭିନ୍ନ ସମ୍ପ୍ରଦାୟ ର ବହୁତ ଲୋକ ଯୋଗଦାନ କରିଥଲେ। ଉକ୍ତ ଉତ୍ସବରେ ନୀତି ନିୟମ ଅନୁସାରେ ସବୁ କାର୍ଯ୍ଯ ସମ୍ପାଦାନ କରାଯାଇଥିଲା ଏବଂ ସମସ୍ତେ ମିଶି ଗଙ୍ଗାଧର ମେହେର ଙ୍କ ସ୍ମୃତିଚାରଣ କରିଥଲେ।
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।