ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)31/8.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚମ୍ପାପୂର୍ ଗ୍ରାମ ରେ ଗତକାଲି ରାତି ଆଠଟା ସମୟରେ ବରିଷ୍ଟ ନାଗରିକ ସୁବାଷ ଚନ୍ଦ୍ର ମେହେର ଙ୍କ ନେତୃତ୍ୱ ରେ ଗଙ୍ଗାଧର ମେହେରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଲିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଆଖ ପାଖ ଅଞ୍ଚଳର ପ୍ରାୟ ତିନିଶହ ରୁ ଉର୍ଦ୍ଧ ଲୋକ ଯୋଗଦାନ କରିଥଲେ। ମେହେର ସମାଜ ର ସଭାପତି ଙ୍କ ସହ ସତ୍ୟବାଦୀ ମେହେର, ବନିତା ମେହେର, ଶ୍ୟାମସୁନ୍ଦର ସାହୁ, ଲିଙ୍ଗରାଜ ମେହେର, ବିନୋଦ ମେହେର, ରୋହିତ ମେହେର ମଧ୍ଯ ଉପସ୍ଥିତ ଥିଲେ। ଉକ୍ତ ଶ୍ରାଦ୍ଧ ଉତ୍ସବ ରେ ବୟନିକା ସଭାପତି ପ୍ରକାଶ ମେହେର ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉଦବୋଧନ ଦେଇଥିଲେ ଏବଂ ବୁଣାକାର ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ମଧ୍ଯ ଆଲୋଚନା କରିଥଲେ। ଆଗାମୀ ଦିନରେ ବୁଣାକାର ମାନଙ୍କୁ କିପରି ସରକାରୀ ସହାୟତା ମିଳିପାରିବ, ଏବଂ ବୁଣାକାର ମାନେ କିପରି ଉପକୃତ ହୋଇପାରିବେ ସେ ଦିଗରେ ମଧ୍ୟ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ।
କବି ଗଙ୍ଗାଧର ମେହେର ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ..


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025