ବେଗୁନିଆପଡା,(ଦେବାଶିଷ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏସ୍ ବି ଆଇ ବ୍ୟାଙ୍କ ସି ଏସ୍ ପି ମାନଙ୍କ ପକ୍ଷରୁ କୋଦଳା ତହସିଲଦାର ଏବଂ ବେଗୁନିଆପଡ଼ା ବିଡିଓ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ମୁତାବକ ଦିର୍ଘ ଦଶ ବର୍ଷ ହେଲାଣି ବିଭିନ୍ନ ପଞ୍ଚାୟତ ମାନଙ୍କରେ ଏସ୍ ବି ଆଇ ବ୍ୟାଙ୍କ ପକ୍ଷରୁ ସି ଏସ୍ ପି ଖୋଲି ଜନସାଧାରଣ ମାନଙ୍କୁ ଟଙ୍କା ଦେଣ ନେଣ ଓ ବିଭିନ୍ନ ଜନ ହିତକର କାର୍ଯ୍ୟରେ ସହାୟତା କରିଆସୁଥିଲେ । ବର୍ତ୍ତମାନ ସେହି ସ୍ଥାନ ମାନଙ୍କରେ ନୂତନ ସି ଏସ୍ ପି ନିଯୁକ୍ତି କରିବା ପାଇଁ ମସୁଧା ଚାଲିଥିବା ଖବର ପାଇ ଆଜି ବେଗୁନିଆପଡା ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ ସି ଏସ୍ ପି ମାନଙ୍କ ପକ୍ଷରୁ ସେହି ସ୍ଥାନରେ ନୂତନ ସି ଏସ୍ ପି ନିଯୁକ୍ତି ନ ଦେବା ପାଇଁ ଏକ ଲିଖିତ ଦାବୀପତ୍ର ତହସିଲଦାର ଏବଂ ବିଡିଓ ଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘ ଦଶ ବର୍ଷ ହେଲା ପୁରୁଣା ସିଏସପି ମାନେ ଏହି କାର୍ଯ୍ୟରୁ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି | ଯଦି ସରକାର ଙ୍କ ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ସିଏସପି ମାନେ ନିଜର ଜୀବିକା ହରାଇବେ | ତେଣୁ ନିଯୁକ୍ତି ପୂର୍ବକ ସବୁ ପଞ୍ଚାୟତ ମାନଙ୍କରେ ପୁରୁଣା ସିଏସପି ମାନଙ୍କୁ ଅନ୍ତର୍ଭୁକ୍ତ କରାଇବାକୁ ନେଇ ଦାବୀପତ୍ର ରେ ଉଲ୍ଲେଖ ରହିଛି |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l