ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)
ଆଜି ତା :3/8/23ବୌଦ୍ଧ ଟାଉନ୍ ହଲ୍ ଠାରେ ଓଡ଼ିଶା କର୍ମଜୀବୀ ସାମ୍ୱାଦିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଏନ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ , ଅନ୍ୟତମ ଅତିଥି ଭାବେ ଆଶୁତୋଷ ରଥ, ରାଜେଶ୍ ତ୍ରୀପାଠୀ, ବିଜୟ ଆଚାର୍ଯ୍ୟ, ସଞ୍ଜୟ ପଣ୍ଡା, ମନୋରଞ୍ଜନ ଦାଶ, ଦେବରାଜ ନାୟକ, ଚନ୍ଦ୍ର ଶେଖର ପାଢ଼ୀ ପ୍ରମୁଖ ଯୋଗଦାନ୍ ଦେଇଥିଲେ।

ଉକ୍ତ କାର୍ଯ୍ଯ କ୍ରମରେ ମୂଖ୍ୟ ବକ୍ତା ଓ ମୂଖ୍ୟ ଅତିଥି ମାନେ ସମାଜ ରେ ସାମ୍ବାଦିକ ର ଭୂମିକା ଓ କର୍ତ୍ତବ୍ୟ ଏବଂ ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ଜିଲ୍ଲା ର କୋଣ ଅନୁକୋଣ ରୁ ଆସିଥିବା ସାମ୍ୱାଦିକ, ସମାଜସେବୀ, ସାହିତ୍ୟିକ, କବି ମାନଙ୍କୁ ମାନ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ହରଭଙ୍ଗା ବ୍ଲକ୍ ରୁ ସାମ୍ବାଦିକତା କ୍ଷେତ୍ରରେ ଚିତ୍ତ ରଞ୍ଜନ ସିଂ, ସୁଶାନ୍ତ କୁମାର ବେହେରା ଓ କୁମୁଦ ଚନ୍ଦ୍ର ସାହୁ ଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସମାଜସେବା ପାଇଁ ବିଭୁଦତ ବୋଷ ଙ୍କୁ ସମ୍ମାନୀତ କରାଯାଇଥିଲା।
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।