ରିପୋର୍ଟ (ଦେବାଶିଷ ମହାରଣା)
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି | ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ । ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନକୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି । ଗମନାଗମନ ର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ | ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ | ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି | ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଗତ କିଛିଦିନ ତଳେ ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ସଫା କରିଥିଲେ । ଆଜି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଆହୁରି ସଫା କରିବା ସହ ଡିସ୍ପୋଜ କରିଥିଲେ | ଏଥିରେ ଗୌତମ ସ୍ୱାଇଁ, ପବିତ୍ର ସ୍ୱାଇଁ ,ନାରାୟଣ ସ୍ୱାଇଁ ,ପ୍ରକାଶ ସ୍ୱାଇଁ ଓ ନତୀପ ପ୍ରମୁଖ ସମେତ ଅନ୍ୟମାନେ ଯୋଗ ଦେବା ସହ ସହଯୋଗ କରିଥିଲେ | ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀ ଙ୍କୁ ମଧ୍ଯ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି | ଆଗାମି ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।
More Stories
ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l