ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଖବର): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଉଚ୍ଚ ବିଦ୍ୟାଳୟର 1994 ମସିହା ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଛତ୍ରପୁର ନିକଟସ୍ଥ ତମ୍ପରା ଠାରେ ଅନୁଷ୍ଠିତ ହୋଇଯାଇଛି | କ୍ଲବ -94 ନାମରେ ନାମିତ ଏହି ସଂଗଠନ ଦୀର୍ଘ ଦିନ ହେବ ପରିବାର ସହ ମିଶି ଏହି ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି | ଏହି ଅନୁଷ୍ଠାନର ସଭାପତି ଝସକେତନ ସ୍ୱାଇଁ ଏଵଂ ସହପାଠୀ ସନ୍ୟାସୀ ଦୋରାଙ୍କ ସମେତ ସମସ୍ତ ସହପାଠୀ ପ୍ରତ୍ୟେକ ବର୍ଷ ଏହିଭଳି ପିକନିକ କରି ନିଜର ସୁଖ ଦୁଃଖ ବାଣ୍ଟିଥାନ୍ତି | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବେଶ ପ୍ରଶଂସା କରାଯାଇଛି | ଏହି କାର୍ଯ୍ୟକ୍ରମରେ ନୀଳାଞ୍ଚଳ ମହାରଣା, ଜଗଜୀବନ ପାତ୍ର, ଜୟକୃଷ୍ଣ ପାତ୍ର, କୈଳାସ ସାହୁ, କୈଳାସ ସେଠି, ଲିଙ୍ଗରାଜ ସାହୁ, ସନ୍ତୋଷ ସାହୁ, ରମେଶ ସ୍ୱାଇଁ,କାଳୁରାମ ସାହୁ, ରମେଶ ଭୂୟାଁ ପ୍ରମୁଖ ନିଜ ନିଜର ପରିବାର ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଆଗାମୀ ଦିନରେ ଯେପରି ଏହି ଧାରା ବଜାୟ ରହେ ସେ ନେଇ ସମସ୍ତେ ନିଜର ମତ ରଖିଥିଲେ |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l