ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 8/8() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ( ହବ୍ଜା )ର ଲୋଗ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକର ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ ଙ୍କ ଅଧକ୍ଷତାରେ ପୁରୁଣା କଟକ ସ୍ଥିତ ଭୈରବୀ ମନ୍ଦିର ଠାରେ ଅନୁଷ୍ଠିତ ଲୋଗ ଉନ୍ମୋଚନ କାର୍ଯ୍ୟକ୍ରମ ରେ ପ୍ରଥମେ ମାଁ ଙ୍କ ପୀଠ ରେ ପୂଜା ଅର୍ଚନା କରାଯାଇ ଲୋଗ ଉନ୍ମୋଚନ କରାଯାଇଥିଲା l ପରେ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବ୍ଲକର ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରିବା ସହ ଆଗାମୀ ଦିନ ରେ ବ୍ଲକ ପ୍ରଶାସନ ସହ ସାମ୍ବାଦିକ ସଙ୍ଘ ଆଲୋଚନା କରିବ , ଏବଂ ଖୁବ ଶୀଘ୍ର ବ୍ଲକ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ନୂତନ କର୍ମକର୍ତା ଚୟନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ଶେଷରେ ବରିଷ୍ଟ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ କରାଯାଇଥିଲେ l
ଏହି ଲୋଗ ଉନ୍ମୋଚନ କାର୍ଯ୍ୟକ୍ରମ ରେ ହରଭଙ୍ଗା ବ୍ଲକ ର ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ, ସୁକାନ୍ତ ପଟ୍ଟ ନାୟକ,ଭାଗବତ ମେହେର, ସୁରେନ ପ୍ରଧାନ, ବନମାଳୀ ପ୍ରଧାନ,ସୁଶାନ୍ତ ବେହେରା, କୁମୁଦ ସାହୁ, ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସିମୁନ ନାଏକ,ସଦାନନ୍ଦ ନାଏକ, ପ୍ରଭାତ ନାଏକ, ଧିରେନ ପ୍ରଧାନ, ଶଶିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l