କାର ଓ ବାଇକ ମୁହାଁମୁହିଁ ଧକ୍କା ଦୁଇ ମୃତ ଦୁଇ ଗୁରୁତର ।

ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟା ଗୁଡ଼ା ଗ୍ରାମ ପଞ୍ଚାୟତ ତଗାକିଆ ଗ୍ରାମରେ 59ଜାତୀୟ ରାଜପଥ ବାଇକ ଓ କାର ଭାରସାମ୍ୟ ହେରେଇ ଧକ୍କା ହେବା ଫଳରେ ଦୁଇ ମୃତ ଦୁଇ ଗୁରୁତର ।ସୂଚନା ମୁତାବକ ଉମରକୋଟ ଠାରୁ ଭୁବନେଶ୍ୱରକୁ ଯାଇଥିବା ଏକ ସ୍ୱିଫ୍ଟ ଡିଜାର ସହିତ  ବାଲିଗୁଡ଼ା ପଟରୁ ଆସୁଥିବା ଏକ ପଲସର ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାର  ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ଟିମ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡ଼ିକାଲ ପହଞ୍ଚେଇ ଘଟଣା ସ୍ଥଳରୁ ସମସ୍ତ ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଥାନା କୁ ଆଣିବା ସହିତ ଅଧିକ ତଦନ୍ତ କରୁଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ।ବାଲିଗୁଡା ମେଡ଼ିକାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ କୁ ରେଫର କରିଥିଲେ ।ଦୁଇ ମୃତକ ମଧ୍ୟରୁ ଜଣେ ବାଇକ ଆରୋହି ରାକି ଦିଗାଲ ପରମପଙ୍ଗା ପଞ୍ଚାୟତ ସୁକୁଙ୍ଗିଆ ଗ୍ରାମହୋଇ ଥିବାବେଳେ ଅନ୍ୟଜଣେ କାରଯାତ୍ରୀ ମୃତକ ଉମରକୋଟର ଉଦୟନାଥ ମହାପାତ୍ର ବୟସ୍କ 65 ବୋଲି ଜଣା ପଡ଼ିଛି  ବର୍ତ୍ତମାନ ଶଵ ଭ୍ୟବଛେଦ ପରେ ନିଜ ପରିବାର ମାନଙ୍କୁ ଦିଆଯିବ ବୋଲି କହିଛନ୍ତି ।

error: Content is protected !!