ରିପୋର୍ଟ :(ଦେବାଶିଷ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାସ୍କର ଦାସ ଙ୍କ ରବିବାର ସକାଳ ସମୟରେ ପରଲୋକ ଘଟିଛି | ବୟସାଧିକ କାରଣରୁ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ଶେଜ ନିକଟରେ ତାଙ୍କର ଦୁଇ ପୁଅ,ତିନି ଝିଅ, ତିନି ଜ୍ୟୋଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ | ମୃତ୍ୟୁ ଖବର ପାଇ ମାଧବ ରାଉତ, କଂଗ୍ରେସ ପିସିସି ସଭ୍ୟ ବୁଲା ଜେନା,ଦିବାକର ମହାରଣା, ପଦ୍ମ ସ୍ୱାଇଁ,ବାଉରୀ ବନ୍ଧୁ ସୁବୁଦ୍ଧି,ହରିବନ୍ଧୁ ଜେନା,ତ୍ରିନାଥ ଦୋରା ପ୍ରମୁଖ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ | ସ୍ବର୍ଗତ ଦାସ ଜଣେ ମେଳାପୀ, ଭଦ୍ର ଏଵଂ ମିଷ୍ଟଭାଷୀ ତଥା ଜନପ୍ରିୟ ବ୍ୟକ୍ତି ଥିଲେ | ତାଙ୍କର ଶୋକ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି |


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |