ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ନୂଆ ଜୀବନ ମିଳିବା ଏତେ ସହଜ ନୁହେଁ ତଥାପି ଭଗବାନ ଙ୍କ ଠୁ ଅଧିକ ଏହି ଦ୍ୱିତୀୟ ଭଗବାନ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି ଅଙ୍ଗଦ ମଲିକ କାହିଁନା ଏଯାତ୍ରା ଏତେ ସହଜ ନଥିଲା ନିଜ ଶରୀର ର ଦୁଇ ଟି ଅଙ୍ଗ ହଣା ହେଲା ପରେ ଯୁବକ ବଞ୍ଚି ଛନ୍ତି *ପରିବାର ପ୍ରତିପୋଷଣ ପାଇଁ
ବାଲିଗୁଡ଼: ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଗସ୍ତ, କିଛି ଦିନ ପରେ ପଙ୍ଗୁ ହୋଇ ଯୁବକ ଫେରିଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡର ଡହଲପଡ଼ି ସାହିର ଅଙ୍ଗଦ ମଳିକ(୨୨) ନାମକ ଜଣେ ଯୁବକ ଭଗାମୁଣ୍ଡା ସାହିର ତାଙ୍କ ସାଙ୍ଗ ରବି ସାହାଣି ସହ କାମଧନ୍ଦା କରିବା ପାଇଁ ଗତ ଏପ୍ରିଲ୍ ମାସ ୨୭ତାରିଖରେ ଘରେ କାହାକୁ କିଛି ନକହି ବାଲିଗୁଡ଼ାରୁ ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲେ । ଏହାପରେ ଅଙ୍ଗଦ ମଳିକର ଘରଲୋକେ ଅଙ୍ଗଦକୁ ଖୋଜାଖୋଜି କରି ନପାଇବାରୁ ଗତ ମଇ ମାସ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଙ୍ଗଦ ଜିଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ
ଏବଂ ସେଥିରେ ଗତ ଏପ୍ରିଲ୍ ୨୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଅଙ୍ଗଦ ମଳିକ ରବି ଶାହାଣି ସହିତ କୁଆଡେ଼ ଚାଲିଯାଇଥିବା ମଧ୍ୟ ଉଲ୍ଲେଖ କରିଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ ପଳେଇଛି ଏହାପରେ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଜୁନ୍ ମାସ ୨୨ ତାରିଖରେ ଗୁଜୁରାଟର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସ୍ବେଚ୍ଛାସେବୀ ରିତୁବେନ ବର୍ମା ଫୋନ୍ ଯୋଗେ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ ଯେ, ବାଲିଗୁଡ଼ା ଅଞ୍ଚଳର ଅଙ୍ଗଦ ମଳିକ ନାମକ ଜଣେ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ତାଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି । ଏହାପରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଅଙ୍ଗଦଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ବାଲିଗୁଡ଼ା ପୋଲିସର ପରାମର୍ଶ ନେଇ ଅଙ୍ଗଦର ଭାଇ ରତ୍ନାକର ମଳିକ ଓ ଭିଣେଇ ରଂଜିତ ମଳିକ ମିଳିଥିବା
ଠିକଣା ସ୍ଥାନକୁ ଯାଇଥିଲେ ଓ ନିଜ ଭାଇକୁ ଚିହ୍ନିପାରିଥିଲେ । କିନ୍ତୁ ଭାଇକୁ ଦେଖିବା ବେଳେ ଭାଇର ଦୁଇହାତ କଟିଯାଇଥିବା ବେଳେ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ସେଠାରେ ଚିକିତ୍ସିତ କରୁଥିବା ସ୍ବେଛାସେବି ଅନୁଷ୍ଠାନର ପରାମର୍ଶ
କ୍ରମେ ଭାଇକୁ ଧରି ବାଲିଗୁଡ଼ା ଆସି ପହଁଚିବା ପରେ ଥାନାକୁ ନେଇଥିଲେ । ଆହାତ ଯୁବକ ଅଙ୍ଗଦକୁ ପଚାରିବାରୁ ସେ କହିଛନ୍ତି ଯେ,ମତେ ଆମ ସାହିର ରବି ଶାହାଣି କାମ କରିବାକୁ ପ୍ରଲୋଭନ ଦେଖାଇଥିଲା ଓ ତାପରେ ମତେ ନଗଦ ଆଠହଜାର ଟଙ୍କା ଦେଇଥିଲା । ମୁମ୍ବାଇକୁ କାମ କରିବାକୁ ଯିବାକୁ କହି ମତେ ରବି ଟ୍ରେନରେ ନେଇଥିଲେ ।
ଆମେ ଟ୍ରେନରୁ ଓହ୍ଲାଇଥିଲୁ ତାହା କେଉଁ ଜାଗା ମୁଁ ଜାନିନଥିଲି । ମତେ ରବି ଏଠୁଆସୁଛି କହି ଯାଇଥିଲା । କିଛି ସମୟପରେ ସେହି ସ୍ଥାନରେ କିଛି ଯୁବକ ଆସି ମତେ ମାଡ଼ ମାରିଥିଲେ ତାପରେ ମୁଁ ଅଚେତ
ହୋଇଯାଇଥିଲି । ଚେତା ଫେରିବା ବେଳକୁ ମୁଁ ଏକ ଡାକ୍ତରଖାନାରେ ଥିବା ଜାଣିବାକୁ ପାଇଥିଲି ଏବଂ ମୋର ଦୁଇ ହାତ କଟି ଯାଇଥିଲା ଜାଣିବାକୁ ପାଇଥିଲି । ପରବର୍ତ୍ତୀ ସମୟରେ ଏକ
ସେବାଶ୍ରମରେ ଚିକିତ୍ସିତ ହେଉଥିଲି । ଏହାପରେ ମୋର ଘର ଓ ଠିକଣା ସମ୍ପୃକ୍ତ ସଂସ୍ଥାକୁ ଜଣାଇବା ପରେ ମତେ ପରିବାର ଲୋକେ ନେବାକୁ ଆସିଥଲେ ବୋଲି କହିଛନ୍ତି ଅଙ୍ଗଦ । ଆହତ ଅଙ୍ଗଦ ଜଣେ ବିବାହିତ ଓ ତାଙ୍କରି ଗୋଇଟିଏ ଝିଅ ଟିଏ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ପୁଣି ଏକ ଲିଖିତ ଅଭିଯୋଗ ହେବା ପରେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ ୧୬୫/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।