କପିଳେଶ୍ଵରସିଂହଙ୍କରିପୋର୍ଟ
ସପ୍ତଦଶ ଶତାବ୍ଦୀରେ ମହର୍ଷି କ୍ରତୁ ଶମ୍ଭୁନୃତ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ସ୍କନ୍ଦ ପୁରାଣର ଉତ୍କଳଖଣ୍ଡରେ ବର୍ଣ୍ଣନା କରାଯାଇଛି |ସୁପ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତକରିବା ଓ ମାନବସମାଜକୁ ଶୃଙ୍ଖଳିତ କରିବାଥିଲା ଶମ୍ଭୁମିଳନର ଭୂମିକା |କନ୍ତଳବାଇର ଆରାଧ୍ୟଠାକୁର ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରଦେବଙ୍କ ଆହ୍ୱାନକ୍ରମେ କନ୍ତଳବାଇ ସ୍ୱପ୍ନେଶ୍ୱରଦେବ ପୀଠ ପରିସରରେ ରୁଦ୍ର ମହାଯଜ୍ଞ ଓ ୧୪ ଶମ୍ଭୁଦଣ୍ଡ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି |ଏହି ଶମ୍ଭୁଦଣ୍ଡ ମିଳନରେ ସ୍ୱପ୍ନେଶ୍ୱର ଦେବ ସ୍ଥାନାଧିପତି ହୋଇଥିଲା ବେଳେ ନିମନ୍ତ୍ରଣ ହୋଇ ଆସିଥିବା ଠାକୁର ମାନେ ସାକ୍ଷୀ ଗୋପିନାଥ ମନ୍ଦିର ନିକଟକୁ ଏକ ବିରାଟ ଶୋଭାଯାତ୍ରାରେ ଆସିଥିଲେ।
ସାକ୍ଷୀ ଗୋପିନାଥ ମନ୍ଦିରଠାରେ ଠାକୁର ବିରାଜମାନ କରିବାପରେ ଭକ୍ତ ଶ୍ରଦ୍ଧାଳୁ ମାନେ ଶମ୍ଭୁମାନଙ୍କୁ ଦର୍ଶନକରି ଆଶିଷ ଭିକ୍ଷା କରିଥିଲେ।ଭକ୍ତଶ୍ରଦ୍ଧାଳୁମାନେ ଘଣ୍ଟ ଘଣ୍ଟ ହରିବୋଲ ହୁଳହୁଳି ଓ ଭଜନ କିର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ ସ୍ୱପ୍ନେଶ୍ୱର ମନ୍ଦିରକୁ ନେଇଥିଲେ।ମନ୍ଦିର ପରିବେଶ ହରିବୋଲ ହୁଳହୁଳିରେ ନାମସଂକିର୍ତ୍ତନ, ଭଜନ କିର୍ତ୍ତନରେ ଫାଟି ପଡୁଥିଲା।ସ୍ୱପ୍ନେଶ୍ୱର ପୀଠରେ ଭକ୍ତ ଭଗବାନ ଏକତ୍ରୀତ ହୋଇଥିଲେ।ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ଶମ୍ଭୁମାନଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ।ଏହି ଶମ୍ଭୁମିଳନରେ ଆଖପାଖ ଅଂଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ |ମନ୍ଦିରର ମହନ୍ତ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସ୍ଥାନୀୟ ଅଂଚଳର ଲୋକେ ସମସ୍ତ ପ୍ରକାଶ ସହଯୋଗ କରିଥିଲେ।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l