
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଅଞ୍ଚଳରେ ଦେଖା ଦେଇଛି ଜନ ଅସନ୍ତୋଷ, ବାରମ୍ବାର ମନଇଚ୍ଛା ବିଦ୍ୟୁତ କାଟିବା ଯୋଗୁଁ ଗାଁ ଠାରୁ ସହର ସବୁଠି ଅସନ୍ତୋଷ ବଢ଼ିବାରେ ଲାଗିଛି l ଅସହ୍ୟ ଗରମ ତାସହ ଗୁଳୁ ଗୁଳି ଯୋଗୁଁ ଘରେ ହେଉବା ବାହାରେ ରହିବା ଅସମ୍ଭବ ରାତ୍ରି ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟିବା ର କlରଣ କ’ଣ ହୋଇପାରେ ? ବିଦ୍ୟୁତ କାଟି ଅନ୍ୟତ୍ର ସପ୍ଲାଇ କରି ମାଲେ ମାଲ ହେଉନାହାନ୍ତି ତ ବିଭାଗ କର୍ମଚାରୀ ମାନେ, ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଗରମ ସାଙ୍ଗକୁ ଗୁଳୁ ଗୁଳି ହେବା ଯୋଗୁଁ ଛୋଟ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ନାହିଁନଥିବା ହଇରାଣ ହେବାକୁ ପଡୁଛି l ଯାହା ଘରେ ଇଂନଭଟର ଯାହାର ଅଛି ସିଏତ ଚଳିଯିବ l ଯାହାର ନାହିଁ ସେମାନେ କ’ଣ କରିବେ, ସାଧାରଣ ଜନ ଜୀବନ ଯେଉଁ ହନ୍ତସନ୍ତ ହେଉଛନ୍ତି ବିଦ୍ୟୁତ ବିଭାଗ ଅଫିସର ଓ କର୍ମୀ ଯଦି ସେହିଯାଗାରେ ରହିବେ ତା ହେଲେ ଜାଣି ପାରନ୍ତେ, l ଏମାନଙ୍କ ଖାମଖିଆଲ ମନଭାବ ମନ ଇଛା ଅବୈଧ ବିଦ୍ୟୁତ କାଟିବା ଓ ବିନା ସୂଚନା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ରାତ୍ରିରେ କାଟିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ଦେଖିବାକୁ ମିଳିଛି!!



More Stories
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।
ଶ୍ରୀରାମ ନବମୀ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ।