ଦୁର୍ନୀତି ର ଚରମ ସୀମାରେ ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ l

ବିୟୁରୋ ରିପୋର୍ଟ

ବାଣପୁର:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ଦୁର୍ନୀତିରେ ଚରମ ସୀମାରେ ପହଞ୍ଚିଛି। କେବେ ମନରଗା ଯୋଜନାରେ ବିଭିନ୍ନ ପୋଖରୀ ମାନ ଖୋଳା ଯାଇଥିବା ବେଳେ ତାହା ଶ୍ରମିକ ବଦଳରେ ମେସିନ ଖୋଳୁଛି ତ ଆଉ କେତେବେଳେ ଖାଉଟି ଙ୍କର ନିର୍ଦ୍ଧାରିତ ଚାଉଳ ରୁ ମନ ଇଚ୍ଛା ଚାରିରୁ ପାଞ୍ଚ କେଜି କଟା ଯାଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପରକ୍ଷରେ ହିତାଧିକାରୀ ମାନଙ୍କୁ ଧମକ ଦିଆ ଯାଇଛି ତାଙ୍କର ଖାଉଟି କାର୍ଡ କାଟିଦେବା ପାଇଁ। ସ୍ଥାନୀୟ ପ୍ରଶାସନ ସବୁ ଜାଣି ଶୁଣି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଉଛି।

ଏପରି ସ୍ଥଳେ ହିତାଧିକାରୀ ମାନଙ୍କର ଛଅ ମାସର ଚାଉଳ ଦେବା ନିମନ୍ତେ ପ୍ରଥମେ ଟିପ ଚିହ୍ନ ନେଇ ହିତାଧିକାରୀ ମାନଙ୍କୁ ଦୁଇ ମାସର ଚାଉଳ ଦେଇ ଆଉ ଏକ ମାସର ଚାଉଳ ହଡ଼ପ କରିଥିବା ପୁଣି ଏକମାସ ପୁର୍ବରୁ ଟିପଚିହ୍ନ ନେଇ ଆଉ ତିନିମାସର ଚାଉଳ ହଡପ କରିଥିବାର ଅଭିଯୋଗ ଆଣିଛନ୍ତି ଦେଓଗାଁ ପଞ୍ଚାୟତ ର ହିତାଧିକାରୀ। ଆଜି ହିତାଧିକାରୀ ପଞ୍ଚାୟତ ଅଫିସ ଘେରାଉ କରିବା ସହିତ ଦେଓଗାଁ ସରପଞ୍ଚ ରେଣୁବାଳା ଛାଟୋଇ ଙ୍କୁ ସହସହ ମହିଳା ପଞ୍ଚାୟତ ଅଫିସରେ ଅଟକ ରଖିଥିଲେ l

ଅଭିଯୋଗ ରୁ ଜଣାଯାଏ ସରକାର ଏକା ଥରରେ ତିନି ମାସର ମାଗଣା ଚାଉଳ ଦେଇ ଆସୁଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତରେ ଏହା ଖାଉଟି ମାନେ ପାଇବାଟା ସ୍ବପ୍ନ ତେବେ ଏ ସମ୍ପର୍କରେ ବ୍ଲକ ଅଧିକାରିଣୀ ଶ୍ରୀ ଶୀତଲ ଅଗ୍ରୱାଲ ଙ୍କୁ ପଚାରି ବାରେ ସେ କହିଛନ୍ତି ମୁଁ ତଦନ୍ତ କରୁଛି ତଦନ୍ତ ରିପୋର୍ଟ ଆସିଲେ ମୁଁ ନିଶ୍ଚିତ ପଦକ୍ଷେପ ନେବି, କିନ୍ତୁ  ବାରମ୍ବାର ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କଲେ ମଧ୍ୟ ସେଇ ଗୋଟିଏ କଥା ତଦନ୍ତ କରି ପଦକ୍ଷେପ ନିଆଯିବ ତେବେ ଏଠି ପଶ୍ନ  ବାରମ୍ବାର ଅଭିଯୋଗ ପରେ ଏହି ପଂଚାୟତରେ ମନରେଗା ଦୁର୍ନୀତି ଠୁ ଆରମ୍ଭ କରି ଗରିବଙ୍କ ପିଡ଼ିଏସ ଚାଉଳ ପର୍ଯନ୍ତ ଦୁର୍ନୀତି ର ଗନ୍ତାଘର ପାଲଟିଥିବା ବେଳେ ନା କେଉଁ ବାବୁଙ୍କ ନଜରକୁ ଆସୁଛି ନା ଜାଣିଶୁଣି ଏମାନଙ୍କ ଭିତରେ ମଧୁଚନ୍ଦ୍ରିକା ହୋଇ ଗରିବଙ୍କ ପେଟକୁ ନାତମାରି ମାଲାମାଲ ହେଉଛନ୍ତି ଏହା କହିଛନ୍ତି ପଞ୍ଚାୟତ ଘେରାଉ କରିଥିବା ମହିଳା ମା ମାନେ l

error: Content is protected !!