ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ବଜାର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ସନ୍ଧିଗ୍ଧ ପାରା ପକ୍ଷୀ । ଏହି ପାରା ପକ୍ଷୀର ଦୁଇ ଗୋଡ଼ରେ ଦୁଇଟା ବଳା ଲାଗିଛି। ଗୋଟାଏ ବଳା ରେ vskp ଲେଖା ଥିବା ବେଳେ ଆଉ ଗୋଟେ ପଟେ କିଛି ନମ୍ବର ଲେଖା ଯାଇଛି , ଯାହାକୁ ନେଇ ଆରମ୍ଭ ହୋଇଛି ସନ୍ଦେହ । ସମସ୍ତ ଅକ୍ଷର ଇଂରାଜୀରେ ଲେଖା ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ପାରା ପକ୍ଷୀ ଟିକୁ ଲୋକମାନେ ରଖିଛନ୍ତି । ସୂଚନା ଥାଉକି ଏହି ପାରା ପକ୍ଷୀ ଟିକୁ କେତେକ ବୁଲା କୁକୁର ଆକ୍ରମଣ କରିବା ବେଳେ କିଛି ଲୋକ କୁକୁର ଙ୍କ କବଳରୁ ଉଦ୍ଧାର କରିଛନ୍ତି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ସନ୍ଦେହ ସୃଷ୍ଟି କରିଥିବା ପାରା ପକ୍ଷୀ ଟିକୁ ନିଜ ଅକ୍ତିଆର କୁ ଆଣିଛି । ଏହି ସ୍ପାଏ ପାରା ପକ୍ଷୀ ଟିକୁ ପ୍ରଥମେ କି’ଏ ଉଦ୍ଧାର କଲା ଏବଂ ଘଟଣାର ସତ୍ୟତା କେତେ ଅଛି ? ଉଦ୍ଧାର ହୋଇଥିବା ସ୍ପାଏ ପାରା ପକ୍ଷୀ ଟିକୁ ଉଦ୍ଧାର କରିବା ପରେ ପୋଲିସ କୁ ହସ୍ତାନ୍ତର ନକରି ନିଜ ହେପାଜତ ରେ ରଖିବା ପଛରେ କ’ଣ ରହିଛି ଉଦେଶ୍ୟ ତାହା ଏବେ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.