( ବିୟୁରୋ ରିପୋର୍ଟ )
ସାମାଜିକସେବୀ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଗଠିତ ହୋଇଛି ରୋଟାରୀ କ୍ଲବ , ଖାରବେଳ – କଳିଙ୍ଗ ନଗର , ଭୁବନେଶ୍ୱର । ବର୍ତ୍ତମାନ ସ୍ଥିତ କୁ ଅନୁଧ୍ୟାନ କରିବା ପରେ ଏହି ରୋଟାରୀ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ । ମଣିଷ ବଞ୍ଚିବା ପାଇଁ ହେଲେ ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ରୋକିବା ପାଇଁ ନିୟନ୍ତ୍ରଣ କରିବା ଜରୁରୀ , ସେଥିପାଇଁ ଜନ ସଚେତନତା ର ଆବଶ୍ୟକତା ରହିଛି ,

ଏହାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ , ଖାରବେଳ – କଳିଙ୍ଗ ନଗର , ଭୁବନେଶ୍ୱର ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି , ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପୁର ଗ୍ରାମର ପଦ୍ମକୁମୁଦ ବିଦ୍ୟା ନିକେତନ , ନୂଆପଡା ରେ ଅଧ୍ୟୟନରତ ଥିବା ଛାତ୍ର-ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପରିବେଶ ସୁରକ୍ଷା ଉପରେ ଆଲୋଚନା ଏବଂ ନାଚଗୀତ କରାଇ ପୁରସ୍କୃତ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ , ଖାରବେଳ – କଳିଙ୍ଗ ନଗର , ଭୁବନେଶ୍ୱର ର ସଭାପତି ଡକ୍ଟର ଧନେଶ୍ବର ବଳିଆରସିଂ , ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ ତଥା ରୋଟାରୀ କ୍ଲବ ର ପୂର୍ବତନ ଗଭର୍ନର ଶିବବ୍ରତ ଦାସ , ପୂର୍ବତନ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ କଲେଜ କିଶୋର ଚନ୍ଦ୍ର ସ୍ୱାଇଁ , ସିନିୟର ମ୍ୟାନେଜର ନାବାର୍ଡ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ “ଉର୍ଦ୍ଧମ୍ନାୟ ତନ୍ତ୍ର” ପ୍ରଚୀନ ଗ୍ରନ୍ଥର ଲୋକାର୍ପଣ୍।
ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ