( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି । ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା ଭଗବତୀ ଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି । ମା’ ଶକ୍ତିମୟୀ ଯୋଗମାୟ। ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗରେ ମର୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ । ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ହୋଇ ଶଙ୍କୁଡ଼ି, ଧୂପ, ପହଡ଼ ସଂଧ୍ୟାରେ ନିଶଙ୍କୁଡି ଧୂପ, ଆଳତି ପରେ ମଧ୍ୟରାତ୍ରରେ ମହାସ୍ନାନ, ବଡ଼ସିଂହାର ବେଶରେ ଜନ୍ମ ବିଧି ନୀତିକାନ୍ତି ସହିତ ରାଶିକୋରା, ନଡ଼ିଆ କୋରା, ଉଖର କୋରା ପଣା କାନ୍ତି ଧୂପ ହୋଇ ଆଳତି ପରେ ରାତ୍ର ପହୁଡ଼ ହୋଇଥିଲା । ସେହିପରି ଦକ୍ଷେଶ୍ଵର ମନ୍ଦିରରେ ବିଜେ ଗୁରୁଣ୍ଡି ଗୋପାଳଙ୍କୁ ମଧ୍ୟ ମଧ୍ୟରାତ୍ରରେ ଜନ୍ମ ବିଧି ନୀତିକାନ୍ତି ସହ ପାଳିତ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି। ମଧ୍ୟରାତ୍ରରେ ମା’ଙ୍କ ଜନ୍ମ ଉତ୍ସବ ଦର୍ଶନ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l