( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଜଣା ଶୁଣା ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଆୱାଜ ମିଡ଼ିଆର ବାଣପୁର ପ୍ରତିନିଧି ତଥା ଚିଲିକା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ। ପବିତ୍ର ନନ୍ଧ ଉତ୍ସବ ତଥା ଆଜି ତାଙ୍କର ତିଥି ଅନୁସାରେ ଜନ୍ମଦିନ ହୋଇଥିବାରୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ଟିକୁ ପାଳନ କରିଛନ୍ତି ରାକେଶ। ଟିମ୍ ୪୯୯ ଓଡ଼ିଶା , ସମ୍ପାଦକ ନାରାୟଣ ସାହୁ ଓ ସଦସ୍ୟ ପ୍ରଶାନ୍ତ ସାହୁଙ୍କ ସହଯୋଗ କ୍ରମେ ଆଜିର ପଥଭ୍ରଷ୍ଟ ଯୁବ ଗୋଷ୍ଟିଙ୍କୁ ପ୍ରେରଣା ଦେବା ସହ ସଦ୍ ମାର୍ଗରେ ଆଣିବା ନିମିତ୍ତ ସେ ବାଣପୁର ଉପକାରାଗାର ନିକଟବର୍ତ୍ତୀ ଲଢ଼ୁକେଶର ବୃଦ୍ଧାଶ୍ରମ ରେ ନିଜେ ରାକେଶ ସାହୁ ଉପସ୍ଥିତ ରହି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜ ଜନ୍ମ ଦିନ ଟିକୁ ପାଳନ କରିଛନ୍ତି । ତା ସହିତ ବାଣପୁର ଅଞ୍ଚଳରେ ରହୁଥିବା ଦୀନ ,ଅସହାୟ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ସେ ସବୁବେଳେ କହି ଆସନ୍ତି ଆମର ପ୍ରୟାସ ସମାଜର ବିକାଶ ହଁ ସେ ଏହି ସମୟରେ, “କେବଳ କାଟିକି ନୁହଁ ବାଣ୍ଟିକି ଖାଇବାକୁ” ଯୁବ ଗୋଷ୍ଠୀ ଙ୍କୁ ଆହ୍ବାନ କରିଛନ୍ତି। ଉକ୍ତ କାର୍ଯ୍ୟ ରେ ଟିମ୍ ୪୯୯ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସଂଗଠନ ର ସଦସ୍ୟ ସମୀର କୁମାର ପଲେଇ ଉପସ୍ଥିତ ରହି ସହଯୋଗ କରିଥିଲେ।


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l