ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ଶାସନ ଗ୍ରାମ ପଞ୍ଚାୟତ ହରିପୁର ତାରିଣୀ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପ୍ରୟାସ ଉଦ୍ଦେଶ୍ୟରେ ଅନୁଷ୍ଠିତ ସଭାରେ କୁମରଙ୍ଗ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ,କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସମସ୍ତଙ୍କୁ ଆହ୍ଵାନ କରିଥିଲେ।

କୁମାରଙ୍ଗ ଶାସନ ପୂର୍ବତନ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଯୁଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଦୁଇ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମୀମାନେ ପଂଚାୟତ ସ୍ତରୀୟ ସଚେତନଶିବିର ରେ ଯୋଗଦେଇଥିଲେ ମୁଖ୍ୟତଃ କୃଷି ବିଭାଗ, ମତ୍ସ୍ୟ , ପଶୁପାଳନ ବିଭାଗ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନେ ଆତ୍ମା ନିର୍ଭରଶୀଳ ହୋଇ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ବର୍ତ୍ତମାନ ସଫଳ ହୋଇ ପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଶ୍ରୀମତୀ ଶୀତଲ ଅଗ୍ରୱାଲ ପିଓ ନୁରସିଂହ ଚରଣ ଜେନା, ସମିତିସଭ୍ୟ ଶ୍ରୀମତୀ ଝୁନା ପଲେଇ ବାଣପୁର ବ୍ଲକ ଏଇ ଶ୍ରୀ ଆଦ୍ୟସା ମିଶ୍ର, ନୟାଵ ସରପଞ୍ଚ ବ୍ୟତୋକେଶ ମହାପାତ୍ର,ପଂଚାୟତର ସମସ୍ତ ୱାର୍ଡ ମେମ୍ବର, ସମାଜସେବୀ ଭୁବନେଶ୍ୱର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ଓ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ। ଏହି ସଭାରେ ଦୁଇ ହଜାରରୁ ଅଧିକ ମହିଳା ଯୋଗଦାନ କରିଥିଲେ l


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।