ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କୋଳଥଡିହ ଖେଳ ପଡିଆ ପରିସରରେ ରାଜ୍ୟ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପ୍ରୟାସ ଉଦ୍ଦେଶ୍ୟରେ ଅନୁଷ୍ଠିତ ସଭାରେ ନରେନ୍ଦ୍ରପୁର ସରପଞ୍ଚ ଶ୍ରୀମତୀ ସବିତା ଦାସ ଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ,କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସମସ୍ତଙ୍କୁ ଆହ୍ଵାନ କରିଥିଲେ l

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଚେତନଶିବିର ରେ ଯୋଗଦେଇଥିଲେ ବାଣପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଚିଲିକା ଏମପି ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲାପରିଷଦ ଉପସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ଭବାନି ଶଙ୍କର ବଳିୟାରସିଂ ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ହୋଇଯାଇଅଛି l ମୁଖ୍ୟତଃ କୃଷି ବିଭାଗ, ମତ୍ସ୍ୟ , ପଶୁପାଳନ ବିଭାଗ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନେ ଆତ୍ମା ନିର୍ଭରଶୀଳ ହୋଇ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ବର୍ତ୍ତମାନ ସଫଳ ହୋଇ ପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଶ୍ରୀମତୀ ଶୀତଲ ଅଗ୍ରୱାଲ ପିଓ ରାଜକିଶୋର ଖଟେଇ, ବାଣପୁର ବ୍ଲକ ଜିଆରଏସ ଜୟଶ୍ରୀ ପ୍ରଧାନ,ପଂଚାୟତର ସମସ୍ତ ୱାର୍ଡ ମେମ୍ବର, ପ୍ରମୁଖ ଉପସ୍ଥିତ ରହି ସମସ୍ତ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ଓ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ। ଏହି ସଭାରେ ଦୁଇ ହଜାରରୁ ଅଧିକ ମହିଳା ଯୋଗଦାନ କରିଥିଲେ l



More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।