ବାଣପୁର(ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପୁରାତନ ସରକାରୀ ଶିକ୍ଷା ଅନୁଷ୍ଠାନ ବାନାମ୍ବର ଏକାଡେମୀ ଭୀମପୁର ର ୨୦୧୮ ମସିହା ର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇକି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଣପୁର ଗୋଦାବରୀଶ କଲେଜ ସ୍ଥିତ ମାଆ ଉତ୍ତରାଣୀ ଙ୍କ ପୀଠରେ ଆୟୋଜିତ ହୋଇଥିଲା । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିଷ୍ପତି ନିଆଯାଇଥିଲା । ଦୀର୍ଘ ୭ ବର୍ଷ ପରେ ସମସ୍ତେ ଏକାଠି ହୋଇଥିବାରୁ ଏକ ଆନନ୍ଦମୟ ପରିବେଶ ସୃଷ୍ଠି ହେବା ସହ ସମସ୍ତଙ୍କ ମନରେ ଏକ ଖୁସି ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମ ରେ ରେଶ୍ମା ପ୍ରଧାନ, ସୁନିତା ବେହେରା, ଝରଣା ସାହୁ, ପ୍ରୀତିନନ୍ଦା ପ୍ରିୟଦର୍ଶିନୀ, ରାକେଶ ସାହୁ, ରୁପେଶ ରଞ୍ଜନ ସାହୁ, ପପ୍ରେନ୍ ପ୍ରଧାନ, ରୁଦ୍ର ବେହେରା , ଜ୍ଞାନ ସାହୁ, ସାହିଲ ପାତ୍ର, ଆଦିତ୍ୟ ଘଡେ଼ଇ, ଅରୁଣ ମିଶ୍ର ଓ ମୁନା ପ୍ରଧାନ ଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ବାଣପୁର ବାନାମ୍ବର ଏକାଡେମୀ ଶିକ୍ଷା ଅନୁଷ୍ଠାନ ର ୨୦୧୮ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।