ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ ) ଆଜି
ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ, ମଣ୍ଡଳ ସ୍ତରରେ , ଶକ୍ତି କେନ୍ଦ୍ର, ବୁଥ ସ୍ତରୀୟ , ଜନ୍ମ ଜୟନ୍ତୀ ୧୦୮ ତମ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ମହା ସମାରୋହରେ ପାଳିତ ହୋଇଯାଇଛି।
ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପୁଷ୍ପମାଲ୍ୟ ଅର୍ପଣ, କରିବା ସହିତ ତାଙ୍କ ଜୀବନୀ ଉପରେ ଆଧାରିତ ତଥ୍ୟ ଉପରେ ବକ୍ତବ୍ୟ ପ୍ରକାଶ କରିଥିଲେ । ।ସାରା ଭାରତ ବର୍ଷରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଣେ ବିଶିଷ୍ଟ ଦାର୍ଶନିକ ଭାବେ ପରିଚିତ ।ବିଜେପି ତାଙ୍କ ର ଆଦର୍ଶ କୁ ନେଇ ଆଗେଇ ଚାଲିଛି। ଦଳ ତରଫରୁ ବର୍ଷରେ ,୬ ଗୋଟି ମୁଖ୍ୟ ପାଳନ କାର୍ଯ୍ୟକ୍ରମ ଉତ୍ସବ ମଧ୍ୟରୁ ତାଙ୍କ ଜନ୍ମ ଜୟନ୍ତୀ ବୁଥ ସ୍ତରୀୟ ପାଳନ କରାଯାଇଥାଏ ସେପ୍ଟେମ୍ବର ୨୫ ତାରିଖ କୁ ଓ ଫେବୃଆରୀ ୧୧ ତାରିଖ କୁ ତାଙ୍କ ପୁଣ୍ୟ ତିଥି କୁ ” ସମର୍ପଣ ,” ଦିବସ ରୂପେ ପାଳନ କରାଯାଏ ।ତାଙ୍କ ର ନାମରେ କେନ୍ଦ୍ର ସରକାର ବହୁ ନୂତନ ଯୋଜନା ଲାଗୁ କରିଛନ୍ତି, ଯଥା , ଜନ ଧନ ,ପ୍ରଧାନମନ୍ତ୍ରୀ ଜୀବନ ବିମା ,ସୁକନ୍ୟା,ଅଟଳ ପେନସନ,ଉଜୋଳା, ଘର ଘର ନଳ ରେ ପାଣି ଯୋଗାଣ, ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନା,ପ୍ରଭୁତି ଅନ୍ତର୍ଭୁକ୍ତ। ତଳ ସ୍ତରରେ ଥିବା ଲୋକମାନେ ଏହି ସବୁ ଯୋଜନା ରେ ଉପକୃତ ହୋଇ ଆସୁଛନ୍ତି ।ତାଙ୍କ ରି ଯୋଗୁଁ ପ୍ରଥମେ ୩ ଜଣ ଏମ୍ପ୍ପି ରୁ ଏବେ ୩୦୩ ଏମ୍ପି ଲୋକସଭା ଆସନ ଅଳଙ୍କୃତ କରୁଛନ୍ତି। ତାଙ୍କ ର ଜୀବନ ଓ ଦର୍ଶନ ଦେଶବାସୀଙ୍କୁ ଆଲୋକ ବର୍ତିକ। ସଦୃଶ ରହିଁଥାଉ।
ଆଜିର ସମସ୍ତ କାର୍ଯ୍ୟ କ୍ରମରେ
ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଦଳର ବରିଷ୍ଠ ନେତାମାନେ ସର୍ବ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ,କନାହିଁ ଚରଣ ଡ।ଙ୍ଗ, ତାପସ କୁମାର ପଟ୍ଟନାୟକ , ସୁଶାନ୍ତ ବାଘ ,ପ୍ରେମାନନ୍ଦ ମିଶ୍ର,ମନ ରଞ୍ଜନ ଦାସ, ଶିଶିର କୁମାର ଘୋଷ, ନିରଞ୍ଜନ ଦାନୀ , ବ୍ୟୋମକେଶ ମହାପାତ୍ର, ରାଜ କୁମାର ମେହେର,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ ,ବାମନ ବାରିକ ,
ମାଗୁଣି ଗାଈ ଗୌରୀ ଆ,ନବୀନ ହୋତା, ତପନ କୁମାର ଡ।ଙ୍ଗ , ଶ୍ରୀମତୀ ନମିତା ରାଣୀ ଦାସ , ମୀନାରାଣୀ ମିଶ୍ର,ବବିତା ପ୍ରଧାନ ,
ସୁବର୍ଣ୍ଣ।ଝଙ୍କାର,ସାବିତ୍ରୀ ବାରିକ , ମାମି ବେହେରା ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l