ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )
ପୁରୁଣାକଟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାଜସେବୀ ରାଜକିଶୋର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହରଭଙ୍ଗା ଖଣ୍ଡ ର ସାମାଜିକ ସଦଭାବନା ବୈଠକ ରେ ଇନ୍ଦୁ ଭୂଷଣ ମହାକୁଡ ବକ୍ତବ୍ୟ ରଖିଥିଲେ। ଚର୍ଚ୍ଚାତ୍ମକ ବୈଠକ ରେ ସହ ଖଣ୍ଡ ସଂଯୋଜକ ସରୋଜ ଭୋକ୍ତା ଓ ବାଳକୃଷ୍ଣ ନାୟକ ସଂଯୋଜନା କରିଥିଲା ବେଳେ ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀ ଓ ସମାଜସେବୀ ଦେବବ୍ରତ ପାଣିଗ୍ରାହୀ ସମରୋପ ବୌଦ୍ଧିକ ପ୍ରଦାନ କରିଥିଲେ। ସମାଜ ର ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଭଲ ବୁଝାମଣା ମାଧ୍ୟମରେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କଲେ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ହୋଇପାରିବ ବୋଲି ସଦଭାବନା ବୈଠକ ରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଜୟ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ହରଭଙ୍ଗା ଖଣ୍ଡ ର ୨୫ ଟି ଜାତି ସମାଜ ର ଜାତି ମୁଖିଆ ଓ ଅନ୍ୟ ସହଯୋଗୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ଜାତି ସମାଜ ର ଐତିହ୍ୟ, ସମାଜ ପାଇଁ କରିଥିବା ଜନହିତକର କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ର ସଫଳତା ପାଇଁ ଆଶୁତୋଷ ଦାଶ, କୃଷ୍ଣ ଚନ୍ଦ୍ର ମିଶ୍ର,ପ୍ରଦୀପ ସଥୁଆ,ସତ୍ୟାନନ୍ଦ ପାଣ୍ଡେ, ସାନ୍ତୁନୁ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l