ଭୁତ କୋଠୀର ପରିଣତ ବୁଲୁରା ବିଟ l

ବୌଦ୍ଧ (ଚିତ୍ତରଞ୍ଜନ ସିଂହ )ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ରେଞ୍ଜ ବୁଲୁରା ବିଟ ବର୍ତମାନ ଭୁତ କୋଠୀର ପରିଣତ ହେବାକୁ ବସିଲାଣି l ସରକାର ଜଙ୍ଗଲ ପରିବେଶ ଜୀବଜନ୍ତୁ ଙ୍କ ସୁରକ୍ଷା ଦୃଷ୍ଟି ରୁ ଉକ୍ତ ରେଞ୍ଜ ର ବୁଲୁରା ଠାରେ ଏକ ଫରେଷ୍ଟ ବିଟ ର ଆବଶ୍ୟକତା କୁ ଦେଖି ବିଭାଗ ପକ୍ଷରୁ ଉକ୍ତ ବିଟ ଗତ 10ବର୍ଷ ତଳେ ନିର୍ମାଣ ହୋଇଥିଲା l ଏହି ବିଟ ହେବା ଦ୍ୱାରା ନିକଟସ୍ତ, ଖରସଂକୁଳେଇ ଜଙ୍ଗଲ, ଅରାଗଡ଼, ମଲ୍ଲିକପଡା , କୁଚିଲା ଖାଇ,ଭେଜିଗରା, ଡିଆଁଘାଟ,ଆଦି ଜଙ୍ଗଲ ଏହି ବିଟ ଅଧୀନ ରେ ରହିଥିବା ବେଳେ ଏହାର ସୁରକ୍ଷା ନେଇ ବୁଲୁରା ବିଟ ନିର୍ମାଣ ହୋଇଥିବା ଜଣାପଡିଛି l କିନ୍ତୁ ବିଟ ନିର୍ମାଣ ର 2ବର୍ଷ ଠିକଠାକ ବିଭାଗୀୟ କର୍ମଚାରୀ ଙ୍କ କାର୍ଯ୍ୟଶୈଳୀ ଚାଲିଥିବା ଦେଖିବାକୁ ମିଳିଥିଲା l ପରବର୍ତୀ ସମୟ ଠାରୁ   ଆଜିପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ ସେଠାରେ ଦେଖିବାକୁ ମିଳୁନାହିଁ l ନାମକୁ ମାତ୍ର ବିଟ ରେ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ କର୍ମଚାରୀ ମାନେ ଆସି ଦିନେ ଦୁଇଦିନ ବୁଲି ଦେଇ ଅନ୍ୟତ୍ର ସ୍ଥାନ ରେ ରହି ନିଜର କାର୍ଯ୍ୟ କରୁଥିବା ଜଣାପଡିଛି l ଏପଟେ ବିଟ ରେ କୌଣସି କର୍ମଚାରୀ ରହୁନଥିବାରୁ  ଦିନକୁ ଦିନ ଉକ୍ତ ବିଟ ର ଚତୁର୍ପାଶ୍ୱ ବୃକ୍ଷଳତା ରେ ପରିପୂର୍ଣ ହେବା ସହ ଭୁତ କୋଠି ପାଲଟି ମୁଖ୍ୟ ଫାଟକ ରେ ବର୍ଷ ତମାମ ତାଲା ଝୁଲୁଛି l ଏପଟେ ବନ ବିଭାଗର ଅପାରଗତା କୁ ଦେଖି  ଜଙ୍ଗଲ ମାଫିଆ ମାନେ ବିଭିନ୍ନ ସମୟ ରେ ସୁଯୋଗ ନେଇ ଜଙ୍ଗଲ ରୁ ଗଛ କାଟିବା, ପଟା ପ୍ରସ୍ତୁତ କରିବା, ଏପରିକି ଜଙ୍ଗଲ ଜନ୍ତୁ ବାରହା ଠୁ ଆରମ୍ବ କରି ବିଭିନ୍ନ ବନ୍ୟ ଜନ୍ତୁ ଙ୍କୁ ଶିକାର ଖୁଲମ ଖୁଲା ହେଉଥିଲେ ମଧ୍ୟ ବିଭାଗ ପାଖରେ କୌଣସି ଖବର ରହୁନଥିବାରୁ ବିଭାଗର ଏଭଳି ଦାୟିତ୍ୱ ହୀନତା କାର୍ଯ୍ୟକୁ ପରିବେଶ ବିତିମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି l ଉକ୍ତ ରେଞ୍ଜ ର କେବଳ ବୁଲୁରା ବିଟନୁହେଁ, ଛତ୍ରଙ୍ଗ ବିଟ ରେ ମଧ୍ୟ ସମାନ ଅବସ୍ଥାବୋଲି ସାଧାରଣ ରେ ଅଭିଯୋଗ ହେଉଛି l ବନ କର୍ମଚାରୀଙ୍କ ଏଭଳି ଢିଲା କାର୍ଯ୍ୟ କୁ ଦେଖି ଜଙ୍ଗଲ ମାଫିଆ ମାନଙ୍କ ପାଇଁ ଉକ୍ତ ଜଙ୍ଗଲ ଗୁଡିକ ଭୁସର୍ଗ ହୋଇଥିବା କୁହାଯାଇଛି l ତେଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଇ ଉକ୍ତ ବିଟ ରେ କର୍ମଚାରୀ ଙ୍କ ନିୟୋଜିତ କରିବାସହ ଜଙ୍ଗଲଓ ବନ୍ୟଜନ୍ତୁ ଶିକାର ଉପରେ ରୋକ ଲଗାଇବାକୁ ସାଧାରଣ ରେ ମତପ୍ରକାଶ ପାଉଛି l

error: Content is protected !!