ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),
ଆଜି ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ୍ କ୍ରସ ଶାଖା ଆନୁକୁଲ୍ୟରେ ଯୁବ ରେଡକ୍ରସ ର କାଉନସିଲର ଶ୍ରୀ କୁଶଧ୍ୱଜ ମହାକୁଡ ଓ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରହରାଜ ତତ୍ଵାବଧାନରେ ବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ମାଧ୍ୟମରେ “ଶ୍ରମଦାନ” କରି ବିଦ୍ୟାଳୟ ର ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା।ସ୍ବେଛାସେବୀ ମାନେ ଖୁବ୍ ଯତ୍ନର ସହ ବିଦ୍ୟାଳୟ ର ଚାରିପାଖ ସଫେଇ କରିଥିଲେ ।ଏହାର ମୂଳ ଉଦ୍ଦେଶ୍ୟ “ସ୍ୱଚ୍ଛତା ଶ୍ରମଦାନରେ ସକ୍ରିୟ ଅଂଶ ଗ୍ରହଣ” ଏହା ଆମର ବ୍ରତ ହେବା ଦରକାର ।ଆମ ଗାଁ,ସହର ଓ ନଗର କୁ ସଂପୂର୍ଣ୍ଣ ସ୍ୱଚ୍ଛ ଏହାର ଲକ୍ଷ୍ୟ ।ଉକ୍ତ କାର୍ଯ୍ଯକ୍ରମ ରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l