ବିଜୁ ଜନତା ଦଳର ପଦ ଯାତ୍ରା l

ବୌଦ୍ଧ(ଚିତ୍ତ ରଂଜନ ସିଂ) 2/10/23  ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର 7 ନମ୍ବର ଜୋନ ରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭହୋଇଥିଲା। ଏହି ଜନସଂପର୍କ ପଦ ଯାତ୍ରା ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପଦଯାତ୍ରା ରେ ବିଜେଡ଼ି ର ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ଗାଁ କୁ ଗାଁ ବୁଲି ଘରେ ଘରେ ବିଜୁଜନତା ଦଳର ଓଡ଼ିଶା ରେ 23 ବର୍ଷ ଶାସନ ର ବିକାଶ ର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତିଶୃତି ବଧ ହୋଇଛନ୍ତି। ଏହା ଦ୍ବାରା  ଗାଁ ର ସମସ୍ତ ଭୋଟର ମାନଙ୍କ ସହିତ ମଧ୍ୟ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଆଉ ଏକ ଲକ୍ଷ ବୋଲି ଦଳ ତରଫରୁ ସୁଚନା ମିଳିଛି। ଆଜି ର ଏହି ପଦଯାତ୍ରା ରେ ଜିଲ୍ଲା ପର୍ଯ୍ୟବେଖ୍ୟକ ଷୌଭାଗ୍ୟ ରଞ୍ଜନ ନାୟକ, ଜିଲ୍ଲା ପରିଷଦ  ଅଧ୍ୟକ୍ଷ ପ୍ରଭାସିନୀ ଦାସ, ସାତ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ଜିତୁ ମିଶ୍ର, କଣ୍ଟାମାଳ ର ପୂର୍ବତନ ବିଧାୟକ ଭଗବାନ କହଁର , ବିଜେଡ଼ି ର ବରିଷ୍ଟ ନେତା ଅଶୋକ୍ କୁମାର ସାହୁ, ବୌଦ୍ଧ କୋପରେଟିଭ ବ୍ୟାଙ୍କ୍ ସଭାପତି ଅରୁଣ କୁମାର ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ସୁବୋଧ ପ୍ରଧାନ, ଜିତୁ ଦାସ , ଗରୁଡ଼ ପ୍ରଧାନ, ରବି ପ୍ରଧାନ, ଶୁଶାନ୍ତ କୁମାର ପ୍ରଧାନ ଙ୍କ ସହିତ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ। ଆଗକୁ ଏହି ପଦଯାତ୍ରା ଜୋରଦାର ଚାଲିବା ନେଇ ଦଳ ପକ୍ଷରୁ ସୁଚନା ମିଳିଛି।

error: Content is protected !!