ବୌଦ୍ଧ (ଚିତ୍ତ ରଂଜନ ସିଂ)2/10 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ର ଚାରିଛକ -କୁସଙ୍ଗ ପୂର୍ତ୍ତ ରାସ୍ତା ର ଅବସ୍ଥା ସଚୋନୀୟ l ଉକ୍ତ ରାସ୍ତା ର ବାଇଶିପଡା ପୋଲ ଓ ଖରଭୂଇଁ ପୋଲ ଉପରେ ରହିଛି ବଡ଼ ବଡ଼ ଗର୍ତ୍ତ l ବର୍ଷା ଦିନ ରେ ଉକ୍ତ ସ୍ଥାନ ରେ ପାଣି ଜମି ରହିବା ସହ ଦୈନନ୍ଦିନ ରାସ୍ତା ରେ ଯାଉଥିବା ଯାତ୍ରୀ ଦୁର୍ଘଟଣା ଗ୍ରସ୍ତ ହେଉଥିବା ନଜର ଆସିଛି l ରାସ୍ତା ସମସ୍ୟା ର ସମାଧାନ ପାଇଁ ଅଞ୍ଚଳ ବାସି ବିଭାଗୀୟ ଙ୍କୁ ଗୁହାରି କରିଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଥିବା ରୁ ଏଭଳି ସମସ୍ୟା ରେ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ନେଇ ସାଧରଣ ରେ ଅଭିଯୋଗ ହେଉଛି l ବିଶେଷ କରି ଉକ୍ତ ପୂର୍ତ୍ତ ରାସ୍ତା ରେ ଦୈନିକ ବେଆଇନ ଓଭର ଲୋଡିଂ ବାଲି ହାଇବା, କ୍ରସର ରୁ ପଥର ବୋଝେଇ ହୋଇ ଯାଉଥିବା ବେଳେ ବାଲି, ପଥର ଗୁଣ୍ଡ ଉଡି ପରିବେଶ ଦୂଷିତ ହେଉଛି ଏପରିକି ଓଭର ଲୋଡିଂ ହାଇବା ଗାଡି ପାଇଁ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି l ଏଥିପାଇଁ ସ୍ଥାନୀୟ ପୋଲିସ କି ବୌଦ୍ଧ ପରିବହନ ବିଭାଗ କୌଣସି ଦୃଷ୍ଟି କୁ ଆସୁନଥିବା ବେଳେ ତୁରନ୍ତ ରାସ୍ତା ର ମରାମତି ଓ ଓଭର ଲୋଡ଼ିଂ ଗାଡିର ଯାଞ୍ଚ ହେବାକୁ ସାଧାରଣ ରେ ଦାବି ହେଉଛି l
ରାସ୍ତା ନୁହେଁ ମରଣଜନ୍ତା. ବିଭାଗ ସାଜିଛି ନିଦା ବିଷ୍ଣୁ l


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।