ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),, ,ବୌଦ୍ଧ ଜିଲ୍ଲା ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଗତ କାଲି ରାତିରେ 9 କ୍ଯୁଣ୍ଟାଲ ମଧ୍ୟାନ ଭୋଜନ ଚାଉଳ ଚୋରି ହୋଇ ଥିବାର ସୂଚନା ମିଳିଛି l ଆଜି ସକାଳ 9 ଘଣ୍ଟା ସମୟ ରେ ଗ୍ରାମର
କିଛିଲୋକ ପାଚେରୀ କଡରେ ଚାଉଳ ବସ୍ତା ଓ ଚାଉଳ ପଡିଥିବାର ଦେଖିବା କୁ ପାଇଥିଲେ!ଗ୍ରାମର ଏସ ଏ ଜି ମହିଳା ଗ୍ରୁପ ରନ୍ଧା ଖାଦ୍ୟ ର ଦାୟିତ୍ୱ ତୁଳାଉ ଥିବାରୁ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଥିଲେ ଓ ଗେଟ ର ତାଲା ଭାଙ୍ଗି ସହ ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଚାଉଳ ଚୋରି କରିଥିବାର ଦେଖିବାକୁ ପାଇଁ ଥିଲେ!ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ କୁ ଖବର ଦେବାସହ 112 କୁ ଫୋନ କରି ଜଣାଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲା ଓ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲା !ସ୍କୁଲ ର ପ୍ରଧାନ ଶିକ୍ଷକ ବିସିକେଶନ ବେହେରା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରି ଥିଲା!ଗୋଟିଏ ମାସର ଚାଉଳ ଦେବା ବଦଳରେ ଏକ ସାଙ୍ଗରେ 8 ରୁ 10ମାସର ଚାଉଳ ଷ୍ଟକ ଦିଆ ଯାଉଥିବାରୁ ଚୋର ର ଲୋଲୁପ ଦୃଷ୍ଟି ପଡି ଚୋରି ହେଉଥିବାର କୁହାଯାଉଛି,!ଅଧିକ ଦୀନ ଚାଉଳ ଷ୍ଟକ ରହୁ ଥିବାରୁ ଚାଉଳ ରେ ପୋକ ଲାଗି ଯାଉଛି.ଏହି ପୋକରା ଚାଉଳ କୁ ଛାତ୍ର ଛାତ୍ରୀ ଖାଉଥିବାର ଅଭିଭାବକ ମାନଙ୍କ ର ପକ୍ଷରୁ ଅଭିଯୋଗ ହେଉଛି l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।