ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ ) କଣ୍ଟାମାଳ
ବିଧାନସଭା ଅନ୍ତର୍ଗତ ବାଉସୁଣୀ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ,” ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଘରକୁ ଘର ବୁଲି ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ ମାନଙ୍କରେ ସୁବ୍ୟବସ୍ଥିତ ଭାବରେ ସମସ୍ତ ଜନସାଧାରଣ ଏକ ବିଶେଷ ପଟୁଆରରେ ଘରକୁ ଘର ବୁଲି ଗ୍ରାମ ମାନଙ୍କରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଂଶଧର ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରିବା ସହିତ ସ୍ଵାଧୀନତା ସଂଗ୍ରାମୀ ମାନ୍ୟବର ଜଗନ୍ନାଥ ମେହେର, ଲାଇବାନ ମେହେର, ବନମାଳୀ ସେଠି, ଅର୍ଜୁନ ମେହେର, କିଶନ ମେହେର, ସଦାନନ୍ଦ ମେହେରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଦେଶ ଭକ୍ତିକୁ ସମସ୍ତେ ମନେପକାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନlଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, 4 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ପୂର୍ବତନ ସଭାପତି ମାଗୁଣି ଗାଈଗୌରିଆ, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ଚିତ୍ତ ରଞ୍ଜନ ପାତ୍ର, ଶ୍ୟାମ ସୁନ୍ଦର ପୁରୋହିତ, ବିଶିକେଶନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ଶିଶିର ଘୋଷ,ଅଟଳ କୁମାର ପ୍ରଧାନ, ଧନଞ୍ଜୟ ପାତ୍ର, ପିନାକଧର ରଣା, ନବୀନ ହୋତା, ପଞ୍ଚମନ ଜଗଦଲା, ଯୀଶୁ ପଧାନ, ତପନ ଡାଙ୍ଗ, ନିରଞ୍ଜନ କର୍ଣ୍ଣ ତ୍ରିପୁରାରି ମହାକୁଡ, ତ୍ରିବିକ୍ରମ ମହାକୁଡ଼, ବିଭୁତି ଭୂଷଣ ଡାଙ୍ଗ, ଦଳଗଞ୍ଜନ ବେହେରା,ରମେଶ ପ୍ରସାଦ ମିଶ୍ର, ବିନୋଦ କୁମାର ମହାକୁଳ, ପୁଷ୍ପା ମହଲା, ଜୟନ୍ତୀ ହାତୀ, ପଙ୍କଜ ମହାକୁଡ,ତୋଷିତ କୁମାର ଡାଙ୍ଗ ,ପଞ୍ଚାନନ ବେହେରା,ପ୍ରମୋଦ ସାହୁ,ଗୁଲେଖ ଭୁକ୍ତା ସମେତ ଶତାଧିକ ଜନସାଧାରଣ ଓ ମହିଳାମାନେ ଯୋଗଦାନ କରିଥିଲେ l


More Stories
ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l