ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମାଁ ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ l

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)

ବୌଦ୍ଧ 6/10(ଚିତ୍ତ ରଞ୍ଜନ ସିଂ ) ବୋୖଦ୍ଧ ଜ଼ିଲ୍ଲା ପୁରୁଣାକଟକ ସ୍ଥିତ ବୋୖଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ବାସିନୀ ମାଁ ଭୈରବୀ ଙ୍କ ପୀଠ ରେ  ଶୁକ୍ରବାର ଦିନ 16 ପୁଜା  ବା ଖଣ୍ଡା ବସା  ପର୍ବ  ଆରମ୍ଭ ହୋଇଛି।ଅପରାହ୍ନ ଚାରିଟା ସମୟରେ ମାଁ ଙ୍କ ପାଟ ଖଣ୍ଡା, ବିଜୟ ପ୍ରତିମା ଘଣ୍ଟ ଛତ୍ର  ଧରି ବିରାଟ ପଟୁଆର ଶହ ସେବକ ପୂଜାରୀ ଓ ଭକ୍ତ କୁ ନେଇ ସହର ପରିକ୍ରମା କରିବା ପରେ ମାଁ ଙ୍କ ମନ୍ଦିର ରେ ପହଞ୍ଚିଥିଲେ।ଶକ୍ତି ପୀଠ ରେ ୧୬ ଦିନ ପର୍ଯ୍ୟନ୍ତ ଦେବୀ ଙ୍କୁ ଗୁପ୍ତ ଭାବେ ପୂଜା କରାଯାଇଥାଏ।ଯାହାକି ଅନ୍ୟ କୌଣସି ଦେବୀ ପୀଠ ରେ ଦେଖାଯାଇ ନଥାଏ।ରାତ୍ର ର ପ୍ରଥମ ପ୍ରହରରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମାଁ ଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ହୋଇଥାଏ। ୧୬ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତ ଙ୍କ ଚଳପ୍ରଚଳ ନିସିଦ୍ଧ ଥାଏ।ଏହିଦିନ ଏହି ଅଂଚଳରେ ପୁଅଙ୍କ ମଙ୍ଗଳ ମନାସୀ ମାଁ ମାନେ ପୁଅ ଜିଉନ୍ତୀୟା କରିଥାନ୍ତି।ଏହି ପର୍ବ ନିଶାର୍ଦ୍ଧରେ ସମ୍ପୂର୍ଣ ଉପବାସ ରେ ମାଁ ଙ୍କ ପୀଠ ରେ ଢୋଲ ବାଦ୍ୟ ଶୁଭିଲା ପରେ ପୂଜା ଆରମ୍ଭ ହୋଇଥାଏ।ଦୀର୍ଘ ଷୋଳ ଦିନ ଧରି ଦେବୀ ଦର୍ଶନ ନିଷେଧ ଥିବାରୁ ନବମୀ ଠାରୁ ଦେବୀଙ୍କ କୃପା ଲାଭ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଙ୍କ ସମାବେଶ ହୋଇଥାଏ।ପ୍ରତିବର୍ଷ ଆଶ୍ୱିନ ମାସ ରେ ଦେବୀ ଙ୍କ ଷୋଳ ପୂଜା ସୋତନ୍ତ୍ର ଓ ବିଶେଷ ରୀତିନୀତି ରେ ଅନୁଷ୍ଠିତ ହୋଇଥାଏ।  ରାଜାରାଜୁଡା ଅମଳରୁ ଚାଲିଆସିଥିବା ଏହି ଷୋଳପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ l ପରେ ନବମୀ ଦିନ ଠାରୁ ମାଁ ଙ୍କ ନବାଯୌବନ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି l ଏବଂ ବିଜୟା ଦଶମୀ ରେ ପୀଠ ର ଦଶମୀ ପୂଜା ସହ ସାଧାରଣ ଭକ୍ତ ଙ୍କ ପାଇଁ ସାହାଣ ମେଳା ଦର୍ଶନ ହୋଇଥାଏ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l

error: Content is protected !!