ବୌଦ୍ଧ (ଚିତ୍ତରଞ୍ଜନ ସିଂ ). ପଶୁ ସମ୍ପଦ ସୁରକ୍ଷା ଦିଗରେ ସରକାର କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା କରିବା ସହିତ କାର୍ଯ୍ୟର ସଠିକ ରୂପାୟନ କରିବା ପାଇଁ ବିଭିନ୍ନ ଶ୍ରେଣୀର କର୍ମଚାରୀ ଙ୍କୁ ନିଯୁକ୍ତି ଦେଇଛନ୍ତି!କିନ୍ତୁ ପଶୁ ସମ୍ପଦ ବାଟ ବଣl ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ରେ!ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ତଳଗଁl ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପଶୁ ସମ୍ପଦର ସୁରକ୍ଷା ଓ ଚିକିତ୍ସା ପାଇଁ ପଶୁ ସହାୟକ କେନ୍ଦ୍ର ଖୋଲା ଯାଇଛି!କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ ଏହି କେନ୍ଦ୍ର ରେ ଦୀର୍ଘ ବର୍ଷ ଧରି ତାଲା ଜୁଳୁଥିଵା ଓ ଉକ୍ତ କେନ୍ଦ୍ର ରେ କାର୍ଯ୍ୟରତ ପଶୁ ଚିକିତ୍ସା ନିରୀକ୍ଷକ କାର୍ଯ୍ୟରେ ଖିଲାପ ସହିତ ଉତ୍ତମ ସେବା ନ ଦେବା ନେଇ ସ୍ଥାନୀୟ ଅଂଚଳ ର ଚାଷୀ ବହୁବାର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଅଭିଯୋଗ କରି ଆସୁଥିବାର ଦର୍ଶାଇ ଛନ୍ତି!ଏପଟେ ବିଭିନ୍ନ ସମୟରେ ପ୍ରାଣୀ ବିଭାଗ ପକ୍ଷରୁ ଗାଁ ଗାଁ ବୁଲି ସଚେତନତା ଶିବିର, ରୋଗ ପ୍ରତିରୋଧକ ଟୀକା, ପଶୁ ସମ୍ପଦ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଚାଲୁ ରହିଥିବା ବେଳେ ଏହି ଉପାନ୍ତ ଅଂଚଳ ରେ ତାହାର ବ୍ୟତିକ୍ରମ ଦେଖାଦେବl ସହିତ ସରକାର ଙ୍କ ଉତ୍ତମ ଉଦେଶ୍ୟ ମୂଳକ ଯୋଜନା ବାଟ ବଣl ହୋଇଛି!ଖାଲି ଏତିକିରେ ସୀମିତ ରହିନୀ ଉକ୍ତ ପଶୁ ସହାୟକ କେନ୍ଦ୍ର!ବର୍ତମାନ ଠିକାଦାର ଙ୍କ କବ୍ଜା ରେ ଏହି କେନ୍ଦ୍ର!ଏଲ ଏଣ୍ଡ ଟି ଠିକା ସଂସ୍ଥା ଉକ୍ତ କେନ୍ଦ୍ର ରେ ରହିବା ସହିତ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପାଇପ, ସକେଟ, ଆଦି ରଖି ନିଜର ଗୁଣ୍ଡା ରାଜ ଚଳାଇଛି!ଘଟଣାକୁ ନେଇ ଅଂଚଳର ଚାଷୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ କାହା ଅନୁମତିରେ ଠିକା ସଂସ୍ଥା ଏହି ବେନିୟମ କାର୍ଯ୍ୟ କେନ୍ଦ୍ର ରେ ଚଳାଇଛି ବୋଲି ପ୍ରଶ୍ନ ଉଠାଇଛି!ଉକ୍ତ ଘଟଣାକୁ ଜିଲ୍ଲାପାଳ ଓ ଜିଲ୍ଲା ପଶୁ ସମ୍ପଦ ଅଧିକାରୀ ତୁରନ୍ତ ବିଚାର ପରିସରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଂଚଳ ର ଚାଷୀ ଓ ବୁଦ୍ଧିଜୀବୀ ଗଣ ଅଭିଯୋଗ ଆଣିଛନ୍ତି!
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।