ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା -06/10/2023 () ଶନିବାର ଦିନ ଜିଲ୍ଲାପାଳ ବୌଦ୍ଧ ଙ୍କ ନେତୃତ୍ୱ ରେ CDMO, DPM, PD DRDA, Ex Engg RWSS ଏବଂ ଡାକ୍ତରୀ ଦଳ ଶହ ଜଳ ପରୀକ୍ଷା ଦଳ ମଧ୍ୟ ହରଭଙ୍ଗା ବ୍ଲକ ର ବିଭିନ୍ନ କିଡ଼ନୀ ପ୍ରପୀଡ଼ିତ ଗ୍ରାମ ମାନଙ୍କୁ ଯାଇ ସିଧା ସଳଖ କିଡ଼ନୀ ରୋଗୀ ଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରି ଆସିଛନ୍ତି l ପୂର୍ବ ରୁ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକ ରେ କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି ର ଆବାହକ ଇଂ ବିକାଶ ମହାକୁଳ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଜିଲ୍ଲା ଚିକତ୍ସାଳୟ ର ଅଧିକାରୀ ମାନଙ୍କୁ ମୁଖ୍ୟ ଚିକିତ୍ସାଳୟ ରେ କିଡ଼ନୀ ରୋଗୀଙ୍କୁ 30 ଦିନ ପରିବର୍ତ୍ତେ 10 ଦିନ ର ଔଷଧ ଦେବା ଏବଂ ବର୍ତ୍ତମାନ ସୁଦ୍ଧା ହରଭଙ୍ଗା ବ୍ଲକ ରେ ଅନ୍ୟୁନ୍ନ 270 ରୋଗୀ ମୃତ୍ୟୁବରଣ ଏବଂ ଅଢେଇ ଶହ ରୁ ଉର୍ଧ୍ଵ ରୋଗୀ କିଡ଼ନୀ ରୋଗ ରେ ପୀଡିତ ଥିବା ବିଷୟ ରେ ଅବଗତ କରିଥିଲେ ଏବଂବ୍ଲକ ର 7 ଗୋଟି ପାଞ୍ଚୟତ ର 24 ଟି ଗ୍ରାମ ରେ ଏହି କିଡ଼ନୀ ରୋଗ ଅଧିକ ବ୍ୟାପିଥିବାରୁ ଉକ୍ତ ଗ୍ରାମ ମାନଙ୍କ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ l ଆଜି ଧଳପୁର, ଜବଳପୁର, ଚନ୍ଦ୍ରଶେଖରପୁର, ସଂକୁଲେଇ, ବିସିପାଲି, ଖରଭୂଇଁ, କରଞ୍ଜକଟା ଇତ୍ୟାଦି ଗ୍ରାମ ପରିଦର୍ଶନ କରିଥିଲେ l ସୂଚନାଥାଉ କି ବହୁପୂର୍ବରୁ କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି କିଡ଼ନୀ ପ୍ରଭାବିତ ଗ୍ରାମ ମାନଙ୍କ ରେ ଅନ୍ତତଃ ପକ୍ଷେ ଗୋଟିଏ ଗୋଟିଏ କମ୍ୟୁନିଟି ଜଳ ବିଶୋଧନ ମେସିନ ଲଗାଇବାକୁ ଦାବି କରି ଆସୁଛନ୍ତି l ବର୍ତ୍ତମାନ ର ଜିଲ୍ଲାପାଳ ମଧ୍ୟ ପ୍ରଭାବିତ ଗ୍ରାମ ମାନଙ୍କ ରେ କମ୍ୟୁନିଟି ଅକୁଆଗାର୍ଡ ଲଗାଇବା ବିଷୟ ଅବଗତି ଥିବା କୁହାଯାଉଛି l ଯେତେଶୀଘ୍ର ହୋଇପାରେ ପ୍ରଭାବିତ ଗ୍ରାମ ମାନଙ୍କ ରେ କମ୍ୟୁନିଟି ଜଳ ବିଶୋଧନ ମେସିନ ସାଙ୍ଗେ ପୂର୍ବ ରୁ ରୋଗୀ ମାନଙ୍କ ପାଇଁ Growth ମୁଖ୍ୟ ଚିକିତ୍ସାଳୟ ରେ ଅନ୍ୟୁନ୍ନ ମାସକୁ ଥରେ କିଡ଼ନୀ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବାକୁ ଦାବି ହେଉଛି l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।