ହରଭାଙ୍ଗା 21/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଠାରେ ମାରୱାଡ଼ି ମାନଙ୍କ ଦ୍ଵାରା ତେଜ ସମାରୋହ ନାମକ ଏକ ପର୍ବ ପାଳିତ ହୋଇ ଯାଇଛି। ଓଡ଼ିଆ ମାନଙ୍କର ଯେମିତି ପର୍ବ ପାଳନ ହେଉଛି। ଠିକ୍ ସେମିତି ମାରୱାଡ଼ି ମାନେ ମଧ୍ଯ ସେମାନଙ୍କ ପର୍ବ କୁ ଧୁମ୍ ଧାମ ରେ ପାଳନ କରିଥାନ୍ତି।”ତେଜ ସମାରୋହ “ହେଉଛି ମାରୱାଡ଼ି ମାନଙ୍କ ସ୍ବତନ୍ତ୍ର ପର୍ବ।ଏହା ହେଉଛି ଉତ୍ତର ଭାରତର ଏକ ପର୍ବ। ଏହା ଶ୍ରାବଣ ମାସର ତୃତୀୟା ଦିନ ପଡ଼ିଥାଏ। ଏହି ପର୍ବ ର ଏକ ପରମ୍ପରା ରହିଛି।ଏହି ଦିନ ମହିଳା ମାନେ ସବୁଜ କଳର ର ଶାଢ଼ୀ ପିନ୍ଧି ଦୋଳି ରେ ଝୁଲି ଥାନ୍ତି। ଦୋଳି ରେ ଝୁଲୁଥିବା ମହିଳା ମାନଙ୍କୁ ସେମାନଙ୍କ ସ୍ବାମୀ ମାନଙ୍କ ନା ପଚରିଯାଇଥାଏ । ଆଉ ସେମାନେ ଗୀତ ମାଧ୍ୟମ ରେ ନିଜ ନିଜ ସ୍ବାମୀ ଙ୍କ ନା କହିଥାନ୍ତି । ଏହିଦିନ ସମସ୍ତେ ଏକତ୍ରିତ ହୋଇ ବହୁତ ମଜା ମସ୍ତି କରିଥାନ୍ତି। ବହୁତ ପ୍ରକାର ଖାଦ୍ୟ ତିଆରି ହୋଇଥାଏ। ସମସ୍ତେ ମିଳିମିଶି ଖାଇଥାନ୍ତି। ଏହା ମାରୱାଡ଼ି ମାନଙ୍କ ଏକ ମଉଜ ମସ୍ତି ର ପର୍ବ। ରଜ ସଂସ୍କ୍ରାନ୍ତି ଯେମିତି କୁଆଁରୀ ଝିଅ ମାନଙ୍କର ପର୍ବ ଠିକ୍ ସେମିତି ଏହା ହେଉଛି ବିଭାହିତ ମହିଳା ମାନଙ୍କ ପର୍ବ।
ମାରୱାଡି ମାନଙ୍କ ସ୍ଵତନ୍ତ୍ର ଉତ୍ସବ ତେଜ ସମାରୋହ ପାଳିତ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l