ବୌଦ୍ଧ :- ଦେଶର ଯୁବ ଶକ୍ତି ଯଦି ସ୍ୱାବଲମ୍ବୀ ହେବାପାଁଇ ଆଗ୍ରହ କରିବେ ତେବେ ଗଣତନ୍ତ୍ର ର ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ବିଶ୍ୱ ଉଦ୍ୟମିତା ଦିବସ ଅବସରରେ ସ୍ଥାନୀୟ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ଆୟୋଜିତ ଆଲୋଚନା ଚକ୍ରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ସ୍ୱାବଲମ୍ବୀ ଭାରତ ଅଭିଯାନର ଜ଼ିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଶିଳ୍ପ ଅନୁଷ୍ଠାନ ର ପରିଚାଳକ ଯୋଗେଶ୍ୱର ବିଶୋଇ ଯୋଗଦେଇ ଆଗ୍ରହୀ ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଁଇ ଉଦ୍ଦିଷ୍ଟ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇପିକଲ ର ଜ଼ିଲ୍ଲା ଅଧିକାରୀ ଶିଶିର ସାହୁ, ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ଗ୍ରାମ୍ୟ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ପ୍ରମୁଖ ଯୋଗଦେଇ ଏହି ଅଭିଯାନର ଉଦ୍ୟେଶ ଓ ସମାଜରେ ଏହାର ଆବଶ୍ୟକତା ସମ୍ପର୍କରେ ସୂଚନା ରଖିଥିଲେ l ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ନିଜର ଉଦ୍ୟେଶ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।