ହରଭଙ୍ଗା :13/10.ବିଭିନ୍ନ ସମୟରେ ଶିକ୍ଷା ବିଭାଗ, ଶିକ୍ଷକ ଅଦଳ ବଦଳ ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଅନେକ ସ୍ଥାନର ସ୍କୁଲ ରେ ତାଲା ପକାଇ ଆନ୍ଦୋଳନ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ସ୍କୁଲ ପରିଚାଳନା କମିଟି ସ୍କୁଲ ର ମୁଖ୍ୟ ଫାଟକରେ ତାଲା ପକାଇ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି!
ଘଟଣା ଅନୁଯାଇ ଉକ୍ତ ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 8ଟି ଶ୍ରେଣୀ ରେ 105ଜଣ ଛାତ୍ର ଛାତ୍ରୀ ଥିବା ବେଳେ 3ଜଣ ଶିକ୍ଷକ ଶିକ୍ଷକ ଶିକ୍ଷା ଦାନ କରୁଥିବାରୁ ପାଠ ପଢ଼ାରେ ଅବ୍ୟବସ୍ଥା ଓ ସରକାରଙ୍କ ରୂପାନ୍ତରିତ କାର୍ଯ୍ୟକ୍ରମ ଫେଲ ହୋଇଥିବାର ଦେଖିବାକୁ ମିଳିଛି!ଏହା ଉପରେ ସ୍କୁଲ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ପରିଚାଳନା କମିଟି ର ମତାମତ, ଯେତେଦିନ ପଯ୍ୟନ୍ତ ଆଉ 3ଟି ଶିକ୍ଷକ ନିଯୁକ୍ତି ନ ମିଳେ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ମତ ଦେଇଥିଲେ!


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l