(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ )
ଦିନକୁ ଦିନ ସାଇବର ଠକେଇର ଶିକାର ହୋଇ ଅନେକ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଛାତ୍ର ଛାତ୍ରୀ ମାନେ ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଏକ ବିଶାଳ ଅପରାଧ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପୋଲିସ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆଜି ସକାଳେ ବେଲଘର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ସାଇବର ସଚେତନତା ରଥ ବେଲଘର ବଜାର ପରିକ୍ରମା କରିବା ପରେ ହାଇସ୍କୁଲ କୁ ଯାଇଥିଲା ସେଠାରେ ଏକ ସଭାର ଆହୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ DSP ଶ୍ରୀ ଉରୁଷି କେଶନ ନାୟକ , ବେଲଘର ଥାନା ଅଧିକାରୀ ଶ୍ରୀ ଦୀପକ କୁମାର ରାଉତ ଏସ.ଆଇ ଶ୍ରୀ ସମୀୟ ରଞ୍ଜନ ପତି ,ଇନି ସି ପିଷ୍ଟର ଶ୍ରୀ ତରୁଣ ତପନ ବେହେରା ଓ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବେଲଘର ର 4 ଟି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ । ସାଇବର ସଚେତନତା ରଥର ମୂଳ ଉଦ୍ଦେଶ୍ୟ ବିଷୟରେ ଶ୍ରୀ ତରୁଣ ତପନ ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ଭାବରେ ହୋଇଥିବା ଦେଖିବାକୁ ମିଳିଛି।
ବେଲଘର ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ