ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :ରକ୍ତଦାନ ମହାପୂନ୍ୟ!ଶାସ୍ତ୍ର ରେ ଲେଖା ଅଛି ମାନବ ସେବା ହିଁ ମାଧବ ସେବା!ଇଛା କୃତ ରକ୍ତଦାନ ମାନବ ସେବାଠୁ ଉର୍ଦ୍ଧରେ!ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ!ନିଜର ସ୍ୱଜନ ନ ହୋଇ ସଂପୂର୍ଣ୍ଣ ଅଚିନ୍ହା ଅଜଣା ବ୍ୟକ୍ତିକୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମାନବ ଧର୍ମୀ!ପର ପାଖରେ ଚାକିରୀ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଛନ୍ତି ବିଜୟ ପ୍ରସାଦ!ସୂଚନା ଅନୁଯାଇ ବୌଦ୍ଧ ଡାକ୍ତର ଖାନରେ ଚିକିତ୍ସାଧୀନ ଥିବା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମର ଶୋଭାଗିନୀ ଧଳ ଙ୍କୁ O+ve ରକ୍ତ ଅଭାବ ରହିଥିଲା!ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଯୋଙ୍ଗୁ ଶୋଭାଗିନୀ ଙ୍କୁ ରକ୍ତ ର ଆବଶ୍ୟକ ନେଇ ଫେସବୁକ ରେ କେହିଜଣେ ଭଦ୍ର ବ୍ୟକ୍ତି ପୋଷ୍ଟ କରିଥିଲେ ଯାହାକୁ ଦେଖି ସଂପୂର୍ଣ୍ଣ ଅଜଣା ଅଚିନ୍ହା ବିହାର ରାଜ୍ୟର ବିଜୟ ପ୍ରସାଦ ଉକ୍ତ ମହିଳାଙ୍କୁ ଯୋଗାଯୋଗ କରି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ!ବିଜୟ ବୌଦ୍ଧ ଜିଲ୍ଲା ବିରନରସିଂହ ପୁର ସ୍ଥିତ ବିଦେଶୀ ମଦ ଦୋକାନ ରେ କାର୍ଯ୍ୟରତ ଜଣେ କର୍ମଚାରୀ!ଜିଲ୍ଲା ର ଏତେ ଅନୁଷ୍ଠିତ, ସ୍ବେଛାସେବୀ, ଓ ସାଧାରଣ ଜନତା ଥିବା ବେଳେ ସଂପୂର୍ଣ୍ଣ ଅଜଣା ବିହାର ରାଜ୍ୟର ବିଜୟ ରକ୍ତଦାନ କରିଥିବାରୁ ସେ ଅନ୍ୟ ମାନଙ୍କ ପାଖରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହିତ ସ୍ବେଛାସେବୀ ବିକାଶ ମହାକୁଡ଼ ବିଜୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି!
ଅପରିଚିତ କୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ବିଜୟ…

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l