ହରଭଙ୍ଗା :18/10 ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଠାରୁ କଲେଜ ର ଡାଟା ଏଣ୍ଟ୍ରି ଅପରେଟର ଅଧିକ ଫି ଅସୁଲ କରିଥିବା ପ୍ରସଙ୍ଗ ରେ ଉପଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି। ଉକ୍ତ ପ୍ରସଙ୍ଗ ର ତଦନ୍ତ କରି ଉପଜିଲ୍ଲାପାଳ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଯାହାର ଉତ୍ତର 7 ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଫଳ ସ୍ଵରୂପ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ତାହାର ଉତ୍ତର 3 ଦିନ ମଧ୍ୟରେ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଙ୍କ କହିବା ଅନୁସାରେ ତାଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବା ରୁ ଉକ୍ତ ଡାଟା ଏଣ୍ଟ୍ରି ଅପରେଟର ଙ୍କ ବିରୋଧରେ ଖୁବ୍ ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଏବଂ କାରଣ ଦର୍ଶାଅ ର ଉତ୍ତର ସାଙ୍ଗକୁ ସମସ୍ତ ଦସ୍ତାବିଜ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଦାଖଲ କରାଯାଇଥିବା ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହ୍ନର ପ୍ରତିକ୍ରିୟା ରଖିଛନ୍ତି।ତେବେ କାର୍ଯ୍ୟାନୁଷ୍ଠାନ କୁ ନେଇ ଶିଥିଳତା ଦେଖିବାକୁ ମିଳିଥିବା ବେଳେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ବୁଦ୍ଧିଜିବୀ ମହଲରେ ନାପସନ୍ଦ କରଯାଇଛି । ତେବେ ସମସ୍ତ ତଥ୍ୟ କୁ ବିଚାର କରି ଜିଲାପାଳ କିଭଲି କାର୍ଯ୍ୟାନୁଷ୍ଠାନ ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଭୈରବୀ ଡିଗ୍ରୀ କଲେଜ ଏନରୋଲମେଣ୍ଟ ଫି ପ୍ରସଙ୍ଗ ମିଳିଲାନି ସନ୍ତୋଷ ଜନକ ଉତ୍ତର, ଖୁବ୍ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ-ଉପଜିଲ୍ଲାପାଳ

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ