ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା :30/08: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲ ମଧ୍ୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଆଜି ବିଲକୁ ଧାନ ରୋଇବା ପାଇଁ ଯାଉଥିବା ସମୟରେ କିଛି ମହିଳା ଏକ ଶିଶୁ କନ୍ୟାର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏକଥା ମହିଳାମାନେ ଗ୍ରାମରେ ଯାଇ କହିଥିଲେ । ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଶିଶୁ କନ୍ୟାକୁ ଏଭଳି ଫିଙ୍ଗି ଦେଇଛି ତାହା ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶିଶୁ କନ୍ୟା ହୋଇଥିବାରୁ କେହି ଫିଙ୍ଗି ଦେଇଥିବା କିମ୍ବା କୁମାରୀ ମାତୃତ୍ୱ ହେତୁ ଏଭଳି କରିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l