ବାଲିଗୁଡ଼ା ୦୧/୦୯/୨୩ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଦଣ୍ଡିସାହି ଠାରେ ସଢ଼କ ଦୁର୍ଘଟଣା ରେ ୬ ବର୍ଷ ର ବାଳକ ମୃତ। ଏକ ପିକଅପ୍ ଭ୍ୟାନ ଓଡ଼ି ୧୨ ଇ ୦୭୪୨ କବାଡି ସମାନ ନେଇ ବାଲିଗୁଡା ରୁ ବଲାଙ୍ଗୀର ଅଭିମଖେ ଯାଉଥିବା ବେଳେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଦଣ୍ଡିସାହି ଠାରେ ଅରୁଣ ଦଣ୍ଡିଆ ବାପା ଅଭିରାମ ଦଣ୍ଡିଆ ନାମକ ଏକ ବାଳକ ବୟସ ୬ ରାସ୍ତା ରେ ଯିବା ସମୟରେ ପଛପଟୁ ପିଟି ଦେଇଥିଲା। ଘଟଣା ସ୍ଥଳରୁ ଗୁରୁତ୍ଵ ବାଳକ କୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କୁ ନିଆଯାଇଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଥିଲା। ବାଲିଗୁଡ଼ା ରେ ଡକ୍ଟର ବାଳକ କୁ ମୃତ ଘୋଷଣା କରିଥିଲେ। ମୃତ ଖବର ଶୁଣି ଅଞ୍ଚଳବସୀ ଟାୟାର ଜାଳି ରାସ୍ତା ଅବରୋଧ କରି କରିଥିଲେ।
ସଢ଼କ ଦୁର୍ଘଟଣା ରେ ଜଣେ ବାଳକ ମୃତ।

More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।