ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ନଗର ମଣ୍ଡଳ ସ୍ତରୀୟ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା, ଦାବିପତ୍ର ୧୦ ଗୋଟି ମୌଳିକ ଦାବି କୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୱରେ ଜିଲ୍ଲା ବିଜେପି ସଭାପତିଙ୍କ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଶ୍ରୀ ବ୍ୟୋମକେଶ ମହାପାତ୍ର ଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା ବିଶେଷ କରି ବିଗତ ଦିନରେ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ରେ ବ୍ୟାପକ ଅନିୟମିତତା, ଦୁର୍ନୀତି, ଭ୍ରଷ୍ଟାଚାର ଅଭିଯୋଗ କରି ଉପସ୍ଥିତ ନେତୃବୃ୍ଦ ତାଙ୍କ ଅଭଭାଷଣରେ ଗୋଟି ଗୋଟି କରି ୧୦ ଗୋଟି ବିନ୍ଦୁ ଉପରେ ଆଧାରିତ ଅଭିଭାଷଣ ପ୍ରଦାନ କରିଥିଲେ। ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ସହରୀ ଗୃହ ପ୍ରଦାନ,SHG ର ମୁକ୍ତା ଯୋଜନା , ପୋଖରୀ ଖନନ ,ସ୍ୱଚ୍ଛ ଭାରତ ଡ୍ରେନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜାଗା ମିଶନ ,ଆଳତି ଘାଟ ,ଜରିଖଣ୍ଡୀ , ପରିମଳ ପାଇଁ ଅଯଥା ଖର୍ଚ୍ଚ , ଉଠା ଦୋକାନୀ ମାନଙ୍କୁ ଭେଣ୍ଡିଂ ଜୋନ ରେ ସବୁ ବ୍ୟାପକ ଅନିୟମିତତା, ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ ସବୁ କୁ ଭିଜିଲାନ୍ସ ତଦନ୍ତ ପାଇଁ ଦୃଢ଼ ଦାବି ଉପ ସ୍ଥାପନ କରି ଥିଲେ ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତୃବୃନ୍ଦ ସର୍ବ ଶ୍ରୀ ସଚିଦା ନନ୍ଦ ଦଲାଲ, ଶିଶିର ଘୋଷ, ଯୁଗଳ କିଶୋର ସାମଲ, ସୁଶାନ୍ତ କୁମାର ପ୍ରଧାନ, ପ୍ରେମାନନ୍ଦ ମିଶ୍ର ,ଶ୍ୟାମ ସୁନ୍ଦର ପୁରୋହିତ ତାପସ କୁମାର ପଟ୍ଟନାୟକ ,ଅଟଳ ପ୍ରଧାନ, ମୀନାରାଣୀ ମିଶ୍ର , ନମିତା ରାଣୀ ଦାସ ,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ , ରାଜୀବ ଦେହୁରୀ , ସୌମିତ୍ରି ନାୟକ , ଅଲେଖ ଭୋଇ ,ସୂର୍ଯୟନାରାୟଣ ମହାପାତ୍ର, ମନୋରଞ୍ଜନ ଦାସ , କାର୍ତ୍ତିକ ପଣ୍ଡା , ରାଜ କୁମାର ମେହେର ,କୈଳାସ ପାଣ୍ଡେ , ବୃନ୍ଦାବନ ଦନ୍ତା , ଯୁଗଳ ସାହୁ ,ବିଶି କେଶନ ପ୍ରଧାନ, ମାଗୁଣି ଗାଈ ଗୌରୀ ଆ, ତପନ କୁମାର ଡ।ଙ୍ଗ , ନିରଞ୍ଜନ ଦାନୀ, ନବୀନ ହୋତା , ଶମ୍ଭୁ ପ୍ରଧାନ, ବିନୋଦ ମହାକୁଡ , ବିକ୍ରମ ପ୍ରଧାନ ,ନିରୁପମା ସାହୁ , ସରସ୍ଵତୀ ରାଉତ , ସୁବର୍ଣା ଝଙ୍କାର ଗୋବିନ୍ଦ ନାୟକ, ସୁମିତ୍ରା ସାହୁ ,ବିନୋଦ ମେହେର , ସସ୍ମିତା ମେହେର ,ନିହାର ରଞ୍ଜନ ମହାନନ୍ଦିଆ,ସରୋଜ କୁମାର ପ୍ରଧାନ ଜ୍ୟୋତିର ମୟ ପ୍ରଧାନ ,ଦାହିର ଚାନ୍ଦ, ଅନନ୍ତ ମେହେର, ବିଭୂତି ମେହେର , ସୁବାସ ଦେହୁରୀ ପ୍ରଭୁତି ବହୁ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l