ବୌଦ୍ଧ(ଚିତ୍ତରଞ୍ଜନ ସିଂ)
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁଇଟି ସ୍ଥାନ ରେ ମଙ୍ଗଳବାର ଦିନ ଜଙ୍ଗଲ ପରିବେଶ ଓ ପାନୀୟଜଲ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ କରକମଳ ରେ ଦୁଇଟି ସ୍ଥାନ ରେ ନୂତନ ଫଡ଼ି ଘର ପାଇଁ ଭିତ୍ତି ପ୍ରସ୍ତର ଶୁଭ ଉଦଘାଟନ ହୋଇଯାଇଛି l ବ୍ଲକର ଚାରିଛକ ରେଞ୍ଜ ରାଣୀଗଞ୍ଜ ଓ ହରଭଙ୍ଗା ରେଞ୍ଜ ଅରଖପଦର କୁଟୀଝର ଠାରେ ମନ୍ତ୍ରୀ ପହଁଚି ନୂତନ ଫଡ଼ି ଘର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଶୁଭଦେଇଥିବା ଜଣାପଡିଛି l ଏହି ଶୁଭ ଉଦଘାଟନ ଅବସର ରେ ବୌଦ୍ଧ କେନ୍ଦୁ ପତ୍ର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ, ହରଭଙ୍ଗା କେନ୍ଦୁପତ୍ର ଭାରପ୍ରାପ୍ତ ବାନାଚଳ ଅଧିକାରୀ ରାଜେଶ ସାହୁ, ସମେତ ଚାରିଛକ ରେଞ୍ଜ ଅଧିକାରୀ ଯୁଧିଷ୍ଠିର ବେହେରାଓ କୁଟି ଝାର ଗ୍ରାମର ଗଉଁତିଆ ଦାଶରଥି ଭୁକ୍ତା ଓସଞ୍ଜୀବ ଦେହୁରୀ, ଗୋପାଳ ଭୁକ୍ତା ଙ୍କ ସହିତ ଅରପଦର ଓ କୁଟଝାର୍ ଗ୍ରାମର ମହିଳା ପୁରୁଷ ଓ ଅନନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l
More Stories
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l