ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପରିଚାଳନା କମିଟି, ଅଭିଭାବକ ମାନେ ବିଦ୍ୟାଳୟ ରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 171ଜଣ ଛାତ୍ର ଛାତ୍ରୀ ପlଠ ପଢlପାଇଁ 7ଜଣ ଶିକ୍ଷକ ନିଯୁକ୍ତି ଥିଲେ!ଜିଲ୍ଲା ଶିକ୍ଷା ବିଭାଗ ନିର୍ଦେଶ ମତେ ଉକ୍ତ ବିଦ୍ୟାଳୟ ରୁ 2ଜଣ ଶିକ୍ଷକ ଙ୍କୁ ପଦୋନ୍ନତି ରେ ଅନ୍ୟତ୍ର ବଦଳି କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍କୁଲ କୁ ଆବଶ୍ୟକୀୟ ଶିକ୍ଷକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇନଥିଲା!ଯାହା ଫଳରେ 171ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ 8ଗୋଟି ଶ୍ରେଣୀ ରେ 4ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ ମଧ୍ୟ ଉପଯୁକ୍ତ ଶିକ୍ଷାଦାନ ରେ ବାଧାସୃଷ୍ଟି ହେବା ସହ ବିଦ୍ୟାଳୟ କୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନ ହେବା ପ୍ରତିବାଦ ରେ ପରିଚାଳନା କମିଟି ଓ ଗ୍ରାମର ଶତାଧିକ ପୁରୁଷ ମହିଳା ଆସି ସ୍କୁଲ ଫାଟକରେ ତାଲା ମାରିଥିଲେ!ଏପରିକି ଦିନ 10ରୁ ଅପରାହ୍ନ 4ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟ ର ଫାଟକ ବାହାରେ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ, ଅଭିଭାବକ ରହିଥିଲେ ମଧ୍ୟ ଧାରଣା ସ୍ଥଳକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନ ପହଂଚିବା ନେଇ ଶିକ୍ଷା ବିଭାଗ ର ସ୍ୱଚ୍ଛ କାର୍ଯ୍ୟପ୍ରତି ଅଭିଭାବକ ପକ୍ଷରେ ଅସନ୍ତୋଷ ବୃଦ୍ଧି ପାଉଛି!ଘଟଣାକୁ ନେଇ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଙ୍କୁ ପଚାରିବାରୁ ଘଟଣା ସମ୍ପର୍କ ରେ ଅବଗତ ଥିବା ସହ ଧାରଣା ସ୍ଥଳକୁ CRCC ଙ୍କୁ ପଠାଇବା ଓ ଆସନ୍ତା କାଲି ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ!ଅନ୍ୟ ପଟେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ଅନୁଯାଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେଲେ ସ୍କୁଲ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ଝୁଲି ରହିବ ବୋଲି ଅଭିଭାବକ, ଓ ପରିଚାଳନା କମିଟି ମାନେ ଦୃଢଟି ପ୍ରକାଶ କରିଛନ୍ତି!
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l