9ନଂ ଜୋନ ମଣ୍ଡଳ ସ୍ତରୀୟ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ….

ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) : 21/09.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ 9ନଂ ଜୋନ ମଣ୍ଡଳ ସ୍ତରୀୟ  “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ହରଭଙ୍ଗା ଅଧିଷ୍ଠାତ୍ରୀ ଦେବି ମା ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚନା କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରା ଯାଇଛି. ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରନ୍ଦ୍ର ଭାଇ ଦାମୋଦର ଦାସ ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ  ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ . ଭାରତର ରାଜଧାନୀ ଦିଲ୍ଲୀଠାରେ ‘ଅମୃତ ବାଟିକା’ ତିଆରି ହେଉଥିବା ନେଇ  ସମଗ୍ର ଭାରତବର୍ଷର ପ୍ରତ୍ୟେକ ଗ୍ରାମରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି! ଏହି ଅବସରରେ ମା ଙ୍କ ପାଖରେ ପୂଜାର୍ଚନା ପରେ ଏକ ବିରାଟ ପଟୁଆରରେ ନାମ ସଂକୀର୍ତନ ସହିତ ହରିବୋଲ ଓ ହୁଳହୁଳି ରେ ଶହଶହ ପୁରୁଷ ମହିଳା 9ନଂ ଜୋନ ସୁରୁଣ୍ଡି,ହରଭଙ୍ଗା, ଡିଆଁ ଘାଟ, ବୁକେସିଙ୍ଗା, ଭlଳିଆ ଗୋରା, ଛତ୍ରଙ୍ଗ, ଖରାଭୂଇଁ ଓ ବାଇଶିପଡା ଆଦି ଗ୍ରାମ କୁ ଯାଇ ମାଟି ସଂଗ୍ରହ କରି “ମୋମlଟି ମୋ ଦେଶ “କାର୍ଯ୍ୟକ୍ରମ ଉପରେ ଜନ ସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ  ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ସାମ୍ବାଦିକ ଯୁଗୋଳ ସାମଲ,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ ,4ନଂ ଜୋନ ଜିଲ୍ଲାପରିଷଦ ଇଁ ରାକେଶ ତ୍ରିପାଠୀ, ବିଜେପି ନେତା ରବି ପ୍ରଧାନ, ପ୍ରସନ୍ନ ପ୍ରଧାନ, ଅରୂପା ଦୀପ,ସଂଗ୍ରାମ ବେହେରା, ଚିତରଞ୍ଜନ ସେଠୀ,ଙ୍କ ସମେତ ବହୁ ବିଜେପି କର୍ମୀ ମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l

error: Content is protected !!