ରିପୋର୍ଟ :ଚିତରଞ୍ଜନ ସିଂହ
ବୌଦ୍ଧ :-4/8:-ଜିଲ୍ଲାପ୍ରେସ କ୍ଳବ ର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଏକ ସ୍ଵେଛା୍କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ମିଶ୍ର ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ଏହି ଶିବିରରେ ଆଇ ଆର ବି ବାଟାଲିୟନ ଯବାନ, ରକ୍ତ ଦାତା ପ୍ରବର୍ତ୍ତକ ସଂଘ ଯୁବ ରେଡ କ୍ରସ, ଗଣ ମାଧ୍ୟ୍ୟମ ପ୍ରତିନିଧି ମାନେ ସ୍ଵେଛା୍କୃତ ଭାବେ ରକ୍ତଦାନ କରିଥିଲେ l କ୍ଳବର ସଭାପତି ବରୋଜ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ଉପସଭାପତି ସମରେଶ ମିଶ୍ର, ସତ୍ୟ ନାରାୟଣ ପାଣି, କୋଷଧକ୍ଷ ନରେନ୍ଦ୍ର କୁମାର ସାହୁ, ସଂଜୀବ ମହାକୁଳ, ଦିବ୍ୟ ରଞ୍ଜନ ପଟନାୟକ, ଦୁର୍ଯ୍ୟୋଧନ ବିଶି, ପ୍ରୀତି ରଞ୍ଜନ ଦାସ, ରଞ୍ଜନ କୁମାର ଦାସ, ଅବଦୁଲ ମହସିନ ଖାଁ, ଶମ୍ଭୁ ପ୍ରସାଦ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ l ଏହିଶିବିରରେ 30 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତ ଭଣ୍ଡାର ର ଡାକ୍ତର ହେମ୍ବ୍ରମ, ଟେକନିସିଆନ -ବାରିକ ଓ ଅନ୍ୟାନ କର୍ମଚାରୀ ସହଯୋଗ କରିଥିଲେ l ସମସ୍ତ ରକ୍ତ ଦାତାଙ୍କୁ ପ୍ରେସ କ୍ଳବ ପକ୍ଷରୁ ସଂମାନ ପତ୍ର ପ୍ରଦାନ କରାଯାଇଥିଲା l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l