ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ,, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ
ଦୁଇ ଦୀନ ଧରି ଲଗାଣ ବର୍ଷା ଯୋଗୁଁ ବିରାମ ଚନ୍ଦ୍ର ପୁର ଗ୍ରାମ ର ବଡ଼ବନ୍ଧ ହୁଡାରେ ବିରାଟ ଘାଇ ସୃଷ୍ଟି ହୋଇ ରୁଗୁଡ଼ି ସାହି ଭିତରେ ପାଣି ପଶିବା ସହିତ ରାସ୍ତା ଧୋଇ ହୋଇ ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ସହ ସଂଖ୍ୟାଧିକ ଜମିରେ ବାଲିଚର ମାଡି ଯାଇ ଥିବାର ଦେଖିବାକୁ ମିଳୁ ଥିବା ଖବର ଗ୍ରାମ ବାସୀଙ୍କ ଅଭିଯୋଗ ହେଉଛି!ଗ୍ରାମ ବାସୀଙ୍କ କହିବା ଅନୁସାରେଏ ଆର ଏସ ଏସ ନାମଙ୍କ ଠିକା ସଂସ୍ଥା ମନ ମୁଖି କାର୍ଯ୍ୟ କରି ବନ୍ଧ ହୁଡ଼ାକୁ ଦୁର୍ବଳ କରି ଦେଇଥିଲା ! ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଉପରୋକ୍ତ ସଂସ୍ଥା କାହାରିକୁ ଖାତିର ନ କରିବା ଫଳରେ ଲଗାଣ ବର୍ଷା ରେ ବଡ଼ବନ୍ଧ ରେ ପାଣି ପୁରି ଯାଇଥିଲା ଓ
ଦୁର୍ବଳ ହୁଡ଼ା ଭାଙ୍ଗି ଯିବାରୁ ଗ୍ରାମ ବାସୀ ହତାସ
ହୋଇ ପଡିଛନ୍ତି!ଏହି ବଡ଼ବନ୍ଧ ଖରିବ ଓ ରବି
ଋତୁରେ ପ୍ରାୟ ଦୁଇ ହଜାର ଚାଷ ଜମିକୁ ପାଣି
ଯୋଗାଇ ଥାଏ!ଚାଷ ସମୟରେ ଖାଲି ବନ୍ଧ କୁ
ଦେଖି ଚାଷୀ ସମୂହ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏହା କିପରି ବନ୍ଧା ହେବ!ଏହି ବନ୍ଧ ହୁଡ଼ା ଭାଙ୍ଗି ଚାଷ ଜମି ନଷ୍ଟ ହେବା ସହ ଦୁଇ ଜଣ ମାଛ ଚାଷୀ ମୃତ୍ୟୁଞ୍ଜୟ ମିଶ୍ର ଓ ଭକ୍ତ ବେହେରା ଙ୍କ ବନ୍ଧ ହୁଡ଼ା ଭାଙ୍ଗି ଚାଷ ହୋଇଥିବା ସମସ୍ତ ମାଛ ଚାଲି ଯାଇଥିବାରୁ ବ୍ୟାପକ କ୍ଷତି ହୋଇ
ଥିବାର ଅଭିଯୋଗ କରିଛନ୍ତି!ତାସଙ୍ଗେ ସଙ୍ଗେ
ଗ୍ରାମ ରାସ୍ତା ଟି ଧୋଇହୋଇ ସଂପୁର୍ଣ ନଷ୍ଟ ହୋଇ
ଯାଇ ଥିବାରୁ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧା
ଭୋଗ କରୁଛନ୍ତି!ଜରୁରୀ କାଳୀନ ସମୟ ରେ
ଆମ୍ବୁଲାନ୍ସ ଓ ଗ୍ରାମ ପଂଚାୟତ କାର୍ଯ୍ୟଳୟ କୁ
କିପରି ବି ପି ଏଲ ଚାଉଳ କିପରି ଯିବ ଚିନ୍ତା
ର କାରଣ ହୋଇ ପଡିଛି!ଏ ଆର ଏସ ଏସ ସଂସ୍ଥାର ଏତାଦୃଶ ମନମୁଖୀ କାର୍ଯ୍ୟ ଯୋଗୁଁ ପୋଖରୀ ଭିତରେ ବ୍ରିଜ ବଦଳରେ ମାଟି ରାସ୍ତା କରି,ଏହି ବନ୍ଧକୁ ପୋତି ଦେଇଥିବାରୁ ଏବେ ବନ୍ଧ ଭାଙ୍ଗି ଯାଇଥିବାରୁ ଉପଭୋକ୍ତା ଚାଷୀଙ୍କ ମନରେ ଅସନ୍ତୋଷ ର ନିଆଁ କୁହୁଳିବାରେ ଲାଗିଛି, ଏଣୁ ଚାଷୀ ମାନେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନ ମତ ପ୍ରକାଶ ପାଉଛି |ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”