ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା:7/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ଗ୍ରାମର ବନ୍ଧ ଉନ୍ନତି ନା ରେ ମିଥ୍ୟା ବିଲ କରି ଟଙ୍କା ଉଠାଣ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୋମବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଯୁଗ୍ମ ଅଭିଯୋଗ ଓ ଜନ ଶୁଣାଣି ଶିବିର ରେ ଅଭିଯୋଗ ଆସିଥିଲା।ଉକ୍ତ ଅଭିଯୋଗ କୁ ପଙ୍କଜ କୁମାର ସାହୁ ପୂର୍ବ ତନ ବ୍ଲକ ଉପାଧ୍ୟକ୍ଷ ଅଭିଯୋଗ ଆଣିଥିଲେ।ଅଭିଯୋଗ ଅନୁଯାଇ 2023/24 ଆର୍ଥିକ ବର୍ଷ ରେ SFC ଫଣ୍ଡ ରୁ କରଞ୍ଜକଟା ପଞ୍ଚାୟତ ତୁକୁଲୁଣ୍ଡା ବନ୍ଧଉନ୍ନତିକରଣ ନାମରେ ଦଶ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।ଉକ୍ତ ଗ୍ରାମରେ ଦୁଇ ଦୁଇଟି ପୁରୁଣା ବନ୍ଧ ଥିବା ସ୍ଥଳେ କିଛି ଅସାଧୁ ବ୍ୟକ୍ତି ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ବଳି ଦେଇ ଲାଭ ଖୋର ମନବୃତି ରେ ତରବରିଆ ଭାବେ ଏକ ନୂତନ ବନ୍ଧ ନିର୍ମାଣ ମେସିନ ଲଗେଇ କାର୍ଯ୍ୟ ସାରି ଟଙ୍କା ଉଠାଣ ପାଇଁ ଯୋଜନା କରିଥିଲେ ।ଏବଂ ଉକ୍ତ ବଂଧ ର ମାଟି ଆଣି ପାଖରେ ଥିବା ଏକ ଖେଳ ପଡିଆ ରେ ମାଟି ପକେଇ ମନରେଗା ଯୋଜନା ରେ ପାଞ୍ଚ ଲକ୍ଷ ଟଙ୍କା ମିଥ୍ୟା ବିଲ କରିବା ପାଇଁ ମଧ୍ୟ ଚିନ୍ତା କରିଛନ୍ତି।ଅନ୍ୟ ପଟେ ଜଳବିଭାଜିକ ଓ ମୃତ୍ତିକା ସଂରକ୍ଷନ ବିଭାଗ ଦ୍ଵାରା ଜଳ ଯୋଗାଣ ପାଇଁ ଅନେକ ସ୍ଥାନରେ ଉକ୍ତ ଗ୍ରାମରେ ଅଡିବନ୍ଧ ନିର୍ମାଣ କରିଛନ୍ତି।କିନ୍ତୁ ଗ୍ରାମର ଜନ ସାଧାରଣ ଙ୍କ ମତ ଅନୁଯାଇ ଆଡ଼ି ବନ୍ଧ ରୁ ଚାଷ ଜମିକୁ ସଠିକ ଭାବେ ପାଣି ଯାଉନଥିବାରୁ ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ଏଠାରେ ଜଳା ଞ୍ଜଳି ଦେବାକୁ ପଡୁଛି ।ଦୁଃଖ ଓ ପରିତାପର ବିଷୟ ଜନ ସାଧାରଣ ଙ୍କ ଆବଶ୍ୟକ ପଡ଼ୁଥିବା ରେକର୍ଡ ଭୁକ୍ତ ବନ୍ଧ କୁ ଅନାବଶ୍ୟକ ଯାଗାରେ କାର୍ଯ୍ୟକରି ଅର୍ଥ ହରିଲୁଟ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଭିତରେ ମଧୁଶା ଚାଲୁଛି ବୋଲି ଗ୍ରାମରେ ଅସନ୍ତୋଷ ର ନିଆଁ ଜଳୁଥିବା ସହିତ ପଙ୍କଜ ସାହୁ, ଭରତ ପାତ୍ର,ରମେଶ ସାହୁ, ଛବି ବେହେରା ପ୍ରମୁଖ ଆଜି ଉକ୍ତ ସମସ୍ୟାର ତଦନ୍ତ ପାଇଁ ଜିଲ୍ଲା ପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ ଓ ଅଭିଯୋଗ ର ଏକ ନକଲ 5t ସଚିବ ଙ୍କ ନିକଟକୁ ପଠେଇଥିବା ଜଣାପଡିଛି l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l