ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 7/8 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପି ଇ ଓ ସଙ୍ଘ ପକ୍ଷରୁ ଗତ ତିନି ତାରିଖ ରେ ବିଡ଼ିଓ ଙ୍କ ଜରିଆରେ ବୌଦ୍ଧ ଜିଲ୍ଲାପାଳ ଙ୍କୁ 2ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ପିଇଓ ସଙ୍ଘ ପକ୍ଷରୁ ଦିଆଯାଇଥିବା ଦାବୀ ସରକାର ନ ଶୁଣିଲେ ଆସନ୍ତା 7ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ପ୍ରଦୀବାଦସହ କଳାବ୍ୟାଚ ପରିଧାନ କରିବେ ବୋଲି ଚେତାବନୀ ଦେବାସହ 18 ତାରିଖ ଠୁ ସାମୁହିକ ଛୁଟି ରେ ରହିବେ ବୋଲି ସଙ୍ଘ ନିଷ୍ପତି ନେଇଥିଲା l ସେନେଇ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହରଭଙ୍ଗା ବ୍ଲକ ପିଇଓ ସଙ୍ଘ ପକ୍ଷରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଥିଲେ l ଏବଂ ନିଜର ଦାବୀ ପୂରଣ ପାଇଁ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ l ସଙ୍ଘ ର ଏହି କଳାବ୍ୟାଚ ପରିଧାନ ପ୍ରତିବାଦ ରେ ହରଭଙ୍ଗା ବ୍ଲକ ପିଇଓ ସଙ୍ଘ ସମ୍ପାଦକ ଜଗଦୀଶ ମଲ୍ଲିକ, ଶ୍ରୀକାନ୍ତ ପ୍ରଧାନ, ସନ୍ତୋଷ ରଣା, ଶେଷଦେବ ଯାନୀ, ଚିତ୍ତ ରଞ୍ଜନ ବଘାର, ଦିଲୀପ ମଲ୍ଲିକ,ନମିତା ସାହୁ, ସୁଦାମ ପ୍ରଧାନ,ନବଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l