ଭୁବନେଶ୍ୱର ତା.06/07/2023 କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି Station Officer, ଚାରିଗୋଟି Leading Fireman, ତିନି ଗୋଟି ହାବିଲଦାର, ତିନି ଗୋଟି Fireman Driver ଏବଂ ୩୦ଟି Fireman ପଦବୀ । ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ ।
More Stories
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l